Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhasree Kar

Romance

2  

Subhasree Kar

Romance

ଆନମନା...

ଆନମନା...

1 min
6.7K


ତମେ ତ ହୋଇପାରନା

ସୃଷ୍ଟି ଏ ସ୍ରଷ୍ଟାର 

ନୁହଁ, ବାସ୍ନା ମୃଦୁ ମଳୟର, 

ସୁରଝଙ୍କାର କୋଇଲିର,

ଆମ୍ବ ଗଛ କୁହୁଡିର ଭରା 

ଶୀତୁଆ ସକାଳର,

ନୁହଁ ହଳଦିବସନ୍ତ

ଚୁତ ବସନ୍ତର,

ବିଲକୁଲ ନୁହେଁ

ତମେ ଅପସରୀ

ପରୀ ରାଇଜର 

ବିଧୂର ବେଦନା ନୁହଁ ବିରହୀ ଯକ୍ଷର 

କାବ୍ୟ ନୁହେଁ କାଳିଦାସର... 

ମେଘର ସାଜିଛ ଦୂତ, 

ପୁରିଛି ଯମୁନା ପ୍ରେମର ପ୍ରଣୟ ଛଳେ 

ପ୍ରେୟସୀ ମୋ ତୁମେ ଆନମନା I 

ଡ଼କ୍ଟର ଶୁଭଶ୍ରୀ କର I


Rate this content
Log in