ପ୍ରତିଶୋଧ
ପ୍ରତିଶୋଧ
1 min
6.6K
ଥିଲି ଖଣ୍ଡେ ପଥର
ଭିଜେଇ, ଜଳେଇ ମାରିଲୁ ଯେ—
ଦରପୋଡ଼ା ହୋଇ ବନିଲି ଖଣ୍ଡେ ଲୌହ ପିଣ୍ଡ,
ମନ ମାନିଲାନି...
ତୋ ଦୁଷ୍ଟ ହାତର ଆଘାତରେ
ଦେଲୁ ମତେ ନିହାଣର ରୂପ....
ଏବେ ଏବେ ମୁଁ ତୋ ର ପ୍ରିୟ ଅସ୍ତ୍ର
ସୁଖର ଆୟୁଧ......
ଜଳି ଜଳି ତୋ'ଠୁ ଜାଣିଛି ଜଟିଳ ଜୀବନଚକ୍ର
ଶିଖିଛି... ଲୋଭରୁ ଲାଭ, ଲାଭରୁ ସୁଖ, ସୁଖରୁ ପାପ
ପାପରୁ ମନ୍ଦିର ପୁଣି ମନ୍ଦିରରୁ ପୁଣ୍ୟ.....
ଦେଖ୍ ଏବେ ମୁଁ କେମିତି ନେଉଛି......
ପ୍ରତିଶୋଧ...
...
Email:litp.ranjan@gmail.com