Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramod Kumar Jena

Comedy

3  

Pramod Kumar Jena

Comedy

ଚାଲବାଜି

ଚାଲବାଜି

1 min
291


ପରିବା ବସ୍ତାକୁ      ରାସ୍ତାରେ ଫିଙ୍ଗିବେ

କମିଗଲେ ଟିକେ ଦର

ବଢିଗଲେ ପୁଣି       ବେକରେ ପଡିବ

ପିଆଜ ଟମାଟ ହାର (1)


କ୍ଷୀରବାଲା ସାଜି      ରାସ୍ତାରେ ଢାଳିବେ

ହଜାର ଲିଟର କ୍ଷୀର

ଶିକ୍ଷକ ବାପୁଡା ମରିଗଲେ କିନ୍ତୁ

ଫିଟିବନି ପଦେ ସ୍ୱର (2)


ଯେତେ ରାଜନୀତି    କରନ୍ତି ଏ ଭଳି

ଅଧିକାଂଶ ଟାଉଟର

ଜଣେ ହେଲେ କେହି ଖେତି କରନ୍ତିନି

ଗାଈ ରଖିବା ତ ଦୂର (3)


ଗଉଡ ଢାଳେନି       ଗାଈ କ୍ଷୀର କେବେ

ପରିବା ଫିଙ୍ଗେନି ଚାଷୀ

ରାଜନୀତିଆଙ୍କ ଚାଲବାଜି ସବୁ

ଚାଲେ ଅଙ୍କ କଷା କଷି (4)


Rate this content
Log in

Similar oriya poem from Comedy