ମଣିଷରବିଳାପ
ମଣିଷରବିଳାପ
ମଣିଷରବିଳାପ
ରକ୍ତମୁଖା ମଣିଷ
କାମ,କ୍ରୋଧ,ଲୋଭ,
ନିଷ୍ଠୁରତା,ବର୍ବରତା ଆଦି ତାରି ଆୟୁଦ୍ଧ,
ମଣିଷ ପ୍ରତିତ ସ୍ଵପ୍ନ ,
ସନ୍ତ୍ରାସବାଦ,ନକ୍ସଲବାଦ ,ଗୁଣ୍ଡାରାଜ
ନୈତିକତାହୀନ ରାଜନୀତି
ସବୁଠି ଚାଲେ ଠିକ ଠାକ
ହେଲେ,
ନର୍ଦ୍ଦମା ସଫା କରିବ କିଏ ?
ସମସ୍ତେ ତ ସଫେଦ ,
ଖାଲି ଉଠା ବିକାଳୀ, ଚାଷୀ ମୂଲିଆ,
ଛୋଟ ବ୍ୟବସାୟୀ,ଆଦିବାସୀ,
ଜନଜାତି ବୋଲତେ ହୁଏ କି ?
ମାନୁସ,
ସେମାନେ
କଳା, ଭୀଷଣ କଳା ବେପାରୀ,
ମାରେ ଶଳାକୁ ନଇଁ
ପଡ଼ି ଥିଲା ବେଳେ,ମାର ଜୋର ଜୋରରେ ବାପ ---ନମୋ,
ବାଡ଼ ମେ ଯାଏ ଦେଶ,
ବିନା ମାନୁସର ଦେଶ ତାର ତୁଇ ପୁଣି ରାଜା,
କାଣା ହିଟଲର ଠାରୁ ତୁଇ ବଡ଼---!
ଆଜି କେନେ ଅଛେ ଦେଶପ୍ରେମ ,
ବିଚରା ସୈନିକ ଓ ତା ପରିବାର ବଳି ପଡେ
ସୀମା ସୁରକ୍ଷା ନାଁରେ
ଅଭ୍ୟନ୍ତରଣୀୟ ରାବଣକୁ ମାରିବ କିଏ ?
ରାମ ନାମେ କରୁଛ ଆମକେ ଶାସନ
ନିତି ହୁଏ ଏଠି ସୀତା ହରଣ,
ସବୁ ଦେଖୁଛେ ଆମି,
ନୀରବ ଆମାରି ଯେ ଭାଷା
ଭାଷଣରେ ବନ୍ଧା ଆଜି
"ଗୋଟିଏ ଦେଶ ଗୋଟିଏ ଟିକସ"
କିନ୍ତୁ ଚାଲେ ଏଠି କୋଟିଏ ଟିକସ
ଗୋଟିଏ ଦେଶ,
ଏବେ
ପଣ୍ୟ ଓ ସେବା ଟିକସ(GST)
ନମୋ ଦେଉଛେ ନାରା;
ଗୋଟିଏ ଦେଶ ଗୋଟିଏ ଟିକସ,
କେତେ ସତ କେତେ ମିଛ,
ବିମୁଦ୍ରୀକରଣରେ
କେତେ ଲାଭ କେତେ କ୍ଷତି ,କାହାର ଗଲା, କିଏ ବନ୍ଧା ହୋଇ ଜେଲ ଗଲା
ସବୁ ହିସାବ ,ହିସାବ ଅଛେ
ବାବୁଭାୟାମାନଙ୍କଠେ ପୋଥି ବାଇଗଣେ,
ଆଛା ଦିନ କାଣା ଆସିଗଲା
କମିଗଲା କାଣା ଦରଦାମ
କମି ଯିବା ପୁଣି ମୁଦ୍ରାସ୍ଫୀତି ହାର,
କୁହନ୍ତି ,ନମେଦେ,
(ଟିକସ କମିଶିନର)
ନିତି ପ୍ରତିଦିନ,
ପ୍ରସାର ଭାରତୀ ,ଦୂରଦର୍ଶନେ
ବିଜୟ ମାଲ୍ୟବାବୁ ଛୁ ମନ୍ତର
ସବୁ ଟଙ୍କାର ଖେଳସେ,
ଗରିବ, ଛୋଟ ଲୋକ କେ କେ ପଚାରୁଛେ ହୋ
ମଧ୍ୟମ ବେତନ ଭୋଗି ବୋହି ଚାଲିବା, ବୋଝ ଉପରେ ନଳିତା ବିଡା,
ଭାରତ ହେବ
ଆମେରିକା,ଜାପନ,ଚାଇନା
କରୁଥାରେ ନମୋ ନମୋ ଜପ
ଧରି ଜପାମାଳି,
କିଏ ? ଶୁଣିବାକୁ ଅଛି , ତୋର
ଭୋକ,
ପାଟି ଖୋଲିଲେ ଖାଇବୁ ଗୁଳି
ବୁଲେଟ ଟ୍ରେନ ଆସି ମାଡି ଚକଟି ଦେଲାପରେ
ବଳକା ରହିବା ଯେତେକ ଜୀବନ
ରହିଯିବା କେଇଟା ଯେ
ବାକସ୍ୱତନ୍ତ୍ରତାବିହୀନ ରହିତ
କରିବେ ଚିକ୍ତାର ସେଟା ବୋଧେ ହେବ,
ମଣିଷର ବିଳାପ,
ମଣିଷର ବିଳାପ--------!!
©®କାଶ୍ୟପ,ରାୟଗଡା ।