ମାଆ
ମାଆ
ସ୍ନେହ ମମତାର ପ୍ରତିମାଟିଏ ସେ
ମନ ମନ୍ଦିରର ଦେବୀ
ସବୁରି ଓଠରେ ହସ ଭରିଦିଏ
ଛାତି ତଳେ କଷ୍ଟ ଚାପି ।।
ଆକଶଠୁ ବଡ ସାଗରୁ ଗଭୀର
ତା'ସ୍ନେହ ଶରଧା ପ୍ରେମ
ଆଲୋକ ବର୍ତ୍ତୀକା ବିଶ୍ୱାସ ଭରସା
ତା'ପାଇଁ ଜୀବନ ଧନ୍ୟ ।।
ଓଷା ବାର ପୂଜା ଉପାସ କରି ସେ
ସନ୍ତାନ କୁଶଳ ମନାସେ
ଉଜାଗର ରହି ଆମରି ସେବାରେ
ଦିନରାତି ବିତି ଥାଏ ।।
ଅମୃତ ପରଶ ମା'ର ପଣତ
ପାପ ତାପ ଝାଡିଦିଏ
ସଳିତା ପରି ସେ ନିଜେ ଜଳି ଜଳି
ଅନ୍ୟକୁ ଆଲୋକ ଦିଏ ।।
ଚେତନା ପ୍ରାର୍ଥନା ବେଦନାରେ ଥାଏ
ଆତ୍ଭା ପୁଲକରେ ସିଏ
ଆକଟ କରେ ମୋ ଚଗଲା ପଣକୁ
ମାଆ ପରି ହବ କିଏ ।
ସୁଶାନ୍ତ ପ୍ରଧାନ
ବଂଧହୁଡା
ନରସିଂହପୁର କଟକ