ମୋ କାଳିଆ କାହ୍ନୁ
ମୋ କାଳିଆ କାହ୍ନୁ
ମୋ କାଳିଆ କାହ୍ନୁଟି କି ସୁନ୍ଦର ଦେଖ ତାର ତନୁଟି
ମସ୍ତକେ ମୟୂର ପୁଚ୍ଛ ପାଦରେ ନୂପୁର ଗୁଚ୍ଛ
ରୁଣୁଝୁଣୁ ଚାଲି ତାର କି ସୁନ୍ଦର ଶୋଭାଟି
ଦେଖି ମନ ହୁଏ ମୋର ଲୋଭାଟି
ମୋ କାଳିଆ କାଁହ୍ନୁଟି ।
ହସ୍ତରେ ମୂରଲୀ ଧରି ନାଚୁଥାଏ ଥିରିଥିରି
ଗଳାରେ ଫୁଲର ହାର ମନକୁ ମୋହେଟି
ମୋ କାଳିଆ କାଁହ୍ନୁଟି ।
କଦମ୍ବ ମୂଳରେ ରହି ନଟକୁଟ କରୁଥାଇ
ମୂରଲୀର ସୁରେସୁରେ ଗୋପୀ ମନ ମୋହେଟି
ମୋ କାଳିଆ କାଁହ୍ନୁଟି ।
ଗୋପୀବସ୍ତ୍ର ଚୋରାଇଣ ଲଜ୍ୟା ନାହିଁ ତାକୁ ପୁଣ
ମୁଖେ ହସ ଫୁଟୁଥାଏ ପିତ ବସନିଆଟି
ମୋ କାଳିଆ କାଁହ୍ନୁଟି ।
ସଦା ସିଏ ଭକ୍ତ ସଙ୍ଗ କରିଥାଏ ଦୁଃଖ ଭଙ୍ଗ
ଶଙ୍ଖଚକ୍ର ଗଦା ପଦ୍ମ ଧାରଣ କରିଛି ଯିଏଟି
ମୋ କାଳିଆ କାଁହ୍ନୁଟି ।
କିଏ ଗଳାମାଳି କହେ କିଏ ଗଣ୍ଠିଧନ କହେ
ବଡ଼ ଲମ୍ପଟିଆ ସିଏ ରାଧା ପ୍ରାଣ ଧନଟି
ମୋ କାଳିଆ କାଁହ୍ନୁଟି ।
ସବୁ ସ୍ଥାନେ ସେ ରହେ ମୁଁ କାରକୁ ନ ସହେ
ଦୟା କ୍ଷମା ପ୍ରେମ ଠାରେ ସଦା ତାର ବାସଟି
ମୋ କାଳିଆ କାଁହ୍ନୁଟି ।
ଆତୁରେ ଡାକୁଛି ତାକୁ ଆସିଯିବ ଏ ମର୍ତ୍ତ୍ୟକୁ
ରାମରାଜ୍ୟ ସ୍ବପ୍ନ ମୋର ସତ୍ୟ ପରା ହେବଟି
ମୋ କାଳିଆ କାଁହ୍ନୁଟି ।
ସବୁ ସୃଷ୍ଟି ଅଟେ ତାର କରୁଣାର ଅବତାର
ସେ ବିଭୁ ପୟରେ ସଦା ବିଶ୍ୱାସ ମୁଁ ରଖେଟି
ମୋ କାଳିଆ କାଁହ୍ନୁଟି ।