Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Romance

2  

Sadananda Sahoo

Romance

ତୁମକୁ ଦେଖିଲା ପରେ

ତୁମକୁ ଦେଖିଲା ପରେ

1 min
6.9K


ତୁମକୁ ଦେଖିଲା ପରେ ସ୍ମୃତି ଆଇନାରେ

ପ୍ରେମ ଆବରଣ ଲାଗିଗଲା ପ୍ରିୟା ;;

ତୁମକୁ ଦେଖିଲା ପରେ ମନ ଆକାଶରେ

ପ୍ରେମ ଫଗୁ ବାସ୍ନା ମହ କିଲା ପ୍ରିୟା !!

ପ୍ରେମ ସ୍ୱପ୍ନ ଜୀବନର ଚିର ସହଚର

ଏ କଥା ଜାଣିଛ ତୁମେ ;;

ପ୍ରେମ ରଙ୍ଗ ଗୋଲାପୀ ମନ ନିଏ ମୋହି

ଏ କଥା କହିଛ ତୁମେ !!


କାହିଁକି କିମିଆ କଲ ତୁମେ ସତ କୁହ

ମୁଁ ଯେ ଭୁଲି ପାରୁନି ;;

କାହିଁକି ଭଲ ପାଇଲ ତୁମେ ସତ କୁହ

ମୁଁଯେ ରହି ପାରୁନି !!

ପ୍ରେମ ୠଣୀ ସାଜି ତୁମେ ରାଜ ଉଆସରେ

ରହିବ କି ମୋ ହୃଦୟରେ ;

ପରୀ ରାଣୀ ସାଜି ତୁମେ ମନ ଆକାଶରେ

ରହିବ କି ମୋ ସପନ ନିଦରେ !!

ପ୍ରେମ ପରଶରେ ମୁଁହଜି ଯାଆନ୍ତି ଥରେ

ଯଦି ତୁମେ କହିଦ୍ଯନ୍ତ ମୋତେ ;;

ଆସ ପ୍ରିୟ ନକରି ବିଳମ୍ବ ମାତ୍ର ସତ

ମୁଁ ଅଛି ତୁମ ପ୍ରତୀକ୍ଷାଅନ୍ତେ !!


ବିଶ୍ୱାଶର ପ୍ରେମ ଘର ବଳିଷ୍ଠ ଘନିଷ୍ଠ

ହେ ପ୍ରେମିକ ସମାଜ ;;

ବିଶ୍ୱାସ ରେ ବିଷ କେଵେ ଦେବ ନାହିଁ

ଏ ମୋର ଟିକି ଅନୁରୋଧ !!

ତୁମକୁଦେଖିଲା ପରେ ମୁଁ ପ୍ରେମିକ ସାଜିଲି ;

ମୋତେ ଦବ ନାହିଁ ଧୋକା ;;

ତୁମକୁ ଦେଖିଲା ପରେ ମୁଁ ବଦଳି କି ଗଲି

ମୋତେ କୁହ ପ୍ରେମପ୍ରୀତି ଗାଥା !!


Rate this content
Log in