ଜୀବନ ଗୀତା- ୧୨୮
ଜୀବନ ଗୀତା- ୧୨୮
1 min
1.2K
ଜୀବନ ଗୀତା- ୧୨୮
ଜୀବନଠୁଁ ଦୂରେଇ
ଯାଇ ମୁଁ ପାରୁନି
ଜୀବନକୁ ଆପଣେଇ
ନେଇବି ପାରୁନି ॥୦॥
ଜୀବନ ସହିତ ଜୀବନ ରହିତ
କେଉଁଟା ବି ନୁହେଁ ମୋର ପଥ
କେମିତି ବଞ୍ଚିବି କାହିଁକି ବଞ୍ଚିବି
ଜୀବନ ସାଥେ କି ଛାଡି ହାତ
ନିଜକୁ ପଚାରି ପ୍ରଶ୍ନ
ଉତ୍ତର ପାଉନି ॥୧॥
ଜୀବନର ଭାବ ଜୀବନ ଅଭାବ
ସବୁ ଆଜି କରେ ବିଚଳିତ
କେମିତି ହସିବି କାହିଁକି ହସିବି
ଜୀବନ ଛାଡୁ କି ଦେଉ ସାଥ୍
ଜୀବନକୁ ନ ପଚାରି
ରହିବି ପାରୁନି ॥୨॥