ରାକ୍ଷୀ ପୂର୍ଣ୍ଣିମାର ଅଭିନନ୍ଦନ
ରାକ୍ଷୀ ପୂର୍ଣ୍ଣିମାର ଅଭିନନ୍ଦନ
ଚାତକ ସଦୃଶ୍ୟ ରାଖିପୂର୍ଣ୍ଣିମାକୁ
ଭଉଣୀ ଅନେଇ ଥାଇ
ଅତି ସରାଗରେ ରେଶମ ଡୋରୀର
ରାଖିକୁ ଦେବ ପିନ୍ଧାଇ(1)
ପୂଜା ଥାଳି ଧରି ପୂଜିବ ଭାଇକୁ
କରି ମଙ୍ଗଳ କାମନା
ସୁରକ୍ଷା ଘେରରେ ରଖିବ ତା ଭାଇ
ଭୋଗିବ ନାହିଁ ଯନ୍ତ୍ରଣା(2)
ଏମିତି ବି କିଛି ଭଉଣୀ ଅଛନ୍ତି
ଭାଇଟିଏ ଯାର ନାହିଁ
ରାଖି ପୂର୍ଣ୍ଣିମାରେ ମନ ଦୁଃଖ କରି
ଆଖିରୁ ଲୁହ ଝରାଇ(3)
ଅନ୍ୟ କା’ର ଖୁସି ଦେଖିଦେଲେ ତାର
ଅନ୍ତର ଥରି ଉଠଇ
ତାର ସେ ବେଦନା ଅନୁଭବୀ ଛଡା
କେହି ବୁଝି ନ ପାରଇ(4)
ଭାଇ ଝୁରୁଥାଏ ରାଖି ପୂର୍ଣ୍ଣିମାରେ
ଯାହାର ଭଉଣୀ ନାହିଁ
ମନର ଯନ୍ତ୍ରଣା ମନ ମଧ୍ୟେ ରହେ
ପାରେ ନାହିଁ ସିନା କହି(5)
ରାଖି ପୂର୍ଣ୍ଣିମାରେ ସବୁ ଭଉଣୀଙ୍କୁ
ଅନ୍ତରୁ ଅଭିନନ୍ଦନ
ସବୁ ଭାଇଙ୍କୁବି ମୋର ଅନୁରୋଧ
ଭାଇର ରଖିବ ମାନ(6)
ଚିତ୍ତ ରଞ୍ଜନ ଲେଙ୍କା (କଟକ)©