ପ୍ରେମ ଓ ବିପ୍ଳବ
ପ୍ରେମ ଓ ବିପ୍ଳବ
ପ୍ରେମ ଓ ବିପ୍ଳବ
କିଏ କହେ ଅଲଗା ଅଲଗା
ଗୋଟେ ଜ୍ୟୋତ୍ସ୍ନା ଶୀତଳ
ଆଉ ଗୋଟେ ଜିଅନ୍ତା ଅନଳ
ଅହରହ ଜଳୁଥିବା
ସୂର୍ଯ୍ୟ ଭିତରେ ବି
ଘଟିଯାଏ କେଉଁ କ୍ଷଣ
ନିୟୁତ ନିୟୁତ ବିଘଟନ
ଭଙ୍ଗାରୁଜା ଭିତରେ
ହଠାତ ଅସମ୍ଭବ ସଂକୋଚନ
ଆଉ ଏକ
ସୃଜନର ଶୀତଳ ମୂହୁର୍ତ୍ତ ||
ପ୍ରେମ ନୁହେଁ
ଅଷ୍ଟମୀ ବାସିର
ମିଠା ଥଂଡା କ୍ଷୀରି
କିଏ ବାଢି ଦେଲେ ଖାଇ ହେବ
ପ୍ରେମ ବି ତ
ଅହରହ ଜଳୁଥିବା
ହୋମକୁଣ୍ଡ
ସ୍ୱାହା ମନ୍ତ୍ର - ଲକ୍ଷେ କାମନାର
ପ୍ରେମ ବାସ୍
ସବୁ ଜଳିଯାଇଥିବା
ଉଜୁଡ଼ା ବନର
ଅସହଜ ଶାନ୍ତି
ଯା' ଭିତରୁ
ଉଡୁଥାଏ ରହି ରହି
ବିପ୍ଳବର ତରଂଗିତ ଧୂଆଁ ||