ଜୀବନ ଗୀତା-୧୫୨
ଜୀବନ ଗୀତା-୧୫୨
ଜୀବନ ଗୀତା-୧୫୨
ଗୀତା ଷଡ଼ଙ୍ଗୀ
ତମେ ମୋ ଜୀବନ ସଖା
ଆଜି ବି ଅଦେଖା
ଦିନରାତି ଗାଏ ନାମ
ତଥାପି ଅବ୍ୟାଖ୍ୟା ॥୦॥
କୁରୁସଭା ତଳେ ଦ୍ରୌପଦୀକୁ ହେଳେ
ଶତ ସହସ୍ର ବସନ
କରିଥିଲ ଦାନ
ମୋ ବେଳକୁ ତମେ ରହିଛ ମଉନେ
ଯିଏ ଯେତେ କରିଲେ ବି
ଦାଣ୍ଡରେ ଉଲଗ୍ନ
ସଖା ! ମୋ ଜୀବନର ସଖା
ତମ ନାମ ସହ ସିନା
ମୋର ନାମ ଲେଖା ॥୧॥
ମୃଗୁଣୀ କାତରେ ଡାକିଲା ମାତରେ
ଡାକ ତା'ର ଶୁଣିଥିଲ
ଜୀବନ ରଖିଲ
ମୋ ବେଳକୁ ତମେ ରହିଛ ଗୋପନେ
ଥରଟିଏ କେବେହେଲେ
ସାହାଯ୍ୟ ନକଲ
ସଖା ! ମୋ ଜୀବନର ସଖା
ଥରଟିଏ ଖାଲି ମତେ
ଦେଇଦିଅ ଦେଖା ॥୨॥
*****