Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

3  

Hrushikesh Satpathy

Others

ବିଶ୍ୱାସ

ବିଶ୍ୱାସ

1 min
13.4K


ଧୋକା ଦେଇ ମୋତେ
ଖୁସି ହେଉଅଛ,
ଭାବି ନେଇଅଛ
ମୁଁ ନିହାତି ଜଣେ ବୋକା ।

ବୋକା ନୁହେଁ ଜମା,
ତୁମ ଛଳନାକୁ
ସତ ଭାବିଥିଲି,
ସେଥିପାଇଁ ଦେଲ ଧୋକା ।

ମିଛ ସମ୍ପର୍କକୁ
ସତ ଭାବି ନେଇ
ଭରସା ସୂତ୍ରରେ
ସମ୍ପର୍କର ରୂପ ଦେଇ ।

ସୁର ତାଳ ଲୟେ
ଛନ୍ଦି ରଖିଥିଲି
ମନ ଝରଣାରେ
ଅଜାଣତେ ଦେଲ ଧୋଇ ।

ବିଶ୍ୱାସ ବଳୟ
ନିଖୁଣ ନୀଳୟ,
ସ୍ନେହ ସରାଗର
ପରିପୂର୍ଣ୍ଣ ପରିଭାଷା ।

ଖୁଣି ଖୁଣି ତାକୁ
ରୁଗ୍ଣ କରିଦେଲ
କି ଲାଭ ପାଇଲ,
ହେଲା କି ଗୋ ପୂର୍ଣ୍ଣ ଆଶା ??

ବିଶ୍ୱାସର ଭ୍ରୁଣ
ଅଙ୍କୁରିତ ହେଲେ
ଈଶ୍ୱର ସାନ୍ନିଧ୍ୟ
ସହଜରେ ଲାଭ କରେ ।

ବିଶ୍ୱାସ ବଳରେ
ବିଶ୍ୱ ଜିଣି ହୁଏ
ଈଶ୍ୱର ରୁହନ୍ତି
ବିଶ୍ୱାସର ମନ୍ଦିରରେ ।

ମୁଁ ନୁହେଁ ଈଶ୍ୱର
ମଣିଷ ନସ୍ୱର
ନସ୍ୱର ନୁହେଁ ମୋ'
ବିଶ୍ୱାସ ,ଚିର ଅମର ।

ବସ୍ତୁବାଦୀ ହୋଇ
ଧୋକା ଦେଲ ସିନା
ମୋ' ବିଶ୍ୱାସ ଥିବ
ଚିର ଅତୁଟ,ଅଜର ।

ବିଶ୍ୱାସ ବିହୀନ
ମଣିଷ ଜୀବନ
ସଂକୀର୍ଣ୍ଣ ଶୃଗାଳ,
ବିବର୍ଣ୍ଣ ବାସ୍ତବ ପରି ।

ନିଆରା ମଣିଷ
ପରମ ପୀୟୂଷ
ବିଶ୍ୱାସରେ ଯା'ର
ହୃଦୟ ରହିଛି ପୁରି ।


Rate this content
Log in