Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhakta Malla

Others

2  

Bhakta Malla

Others

କୁର୍ସୀ - ୩ (ଅନ୍ତିମ)

କୁର୍ସୀ - ୩ (ଅନ୍ତିମ)

1 min
6.6K


ପ୍ରଭାତରୁ ସାରି ନିତ୍ୟ କର୍ମ

ବାମାଙ୍ଗୀ ନିର୍ଦ୍ଦେଶ ମୁତାବକ

କନ୍ୟା ରତନକୁ ସାଥେ ଧରି

ବାହାରିଲୁ ଆମ୍ଭେ ଆଶ୍ରମକୁ

ଆଚରିବା ପାଇଁ ପତ୍ନୀ ଧର୍ମ ।

ଦେଖିଲୁ ଆଶ୍ରମେ ଭାରି ଭିଡ

ରାମ ରହିମଙ୍କ କରାମତି ,

ଲଳିତ ଲଳନା ମାଳ ମାଳ

ବେଢି ରହିଛନ୍ତି ଚଉକତି ।

ଅନେକ ପ୍ରତୀକ୍ଷା ପରେ ପରେ

ଶୁଣିଲେ ଆମର ଅନ୍ତଃସ୍ବର

ସେ ବେଳକୁ ବେଳ ରତ ରତ,

ଦରଶନେ ହେଲୁ ତତପର

ଘରଣୀ କହିଲେ ପାଟି ଖୋଲିବନି

ରହି ଥିବ ତୁମେ ଚୁପ୍ ଚାପ ।

ଦିବ୍ୟ ସିଂହାସନେ ଦିବ୍ୟମୂର୍ତ୍ତି

ଧନ୍ୟ ହେଲା ମୋର ଆଖି କାନ

ସାରା ଜଗତର ଚଳନ୍ତି ପ୍ରତିମା

ନିଶ୍ଚେ ପୂର୍ଣ୍ଣ ହେବ ମନସ୍କାମ ।

ବାବାଙ୍କ ଆଖିର ଇଶାରାରେ

ଘରଣୀ ଚାଲିଲେ ତାଙ୍କ କତି

ବାବା ରହିଥିଲେ ଟାକିବସି

ମୁହଁ ଲଗାଇ ସେ ଘରଣୀ କାନରେ

କହିଦେଲେ କ'ଣ ଫୁସ ଫାସ୍

ଫେରିଲେ ଘରଣୀ ହସି ହସି ।

କହିଲେ ମୋତେ ସେ ଏକାନ୍ତରେ

କାର୍ଯ୍ୟ ହେବ ଆଜି ରାତିକରେ

ଫେରିଯାଅ ତୁମେ ଘରକୁ ଆମର

ରହିଯିବ ଝିଅ ମୋ ସାଥି ରେ ।

ଘରକୁ ଫେରିଲି ଖୁସି ମନ

କନ୍ୟାକୁ ସମର୍ପି ପତ୍ନୀ ପାଶ

ମୋ ଠାରୁ କିଏ ସେ ଭାଗ୍ୟବାନ୍

ବୁଦ୍ଧି ରେ ଯାହାର ଘରଣୀ ଅଟଇ ଚଉକଷ ।

ରାତିରେ ଶାନ୍ତିରେ ଶୋଇଗଲି

ପ୍ରଭାତ ହେବାକୁ କିଛି ବାକି

କଲିଂ ବେଲ୍ ବାଜି ଗଲା

ଧଡ୍ କରି ନିଦ ଭାଙ୍ଗିଗଲା

କବାଟ ଖୋଲିକି ଦେଖଲା ବେଳକୁ

ଘର ସାମନାରେ ପୋଲିସ୍ ବାଲା ।

କହିଲେ ପୋଲିସ୍ " ଚାଲ ଚାଲ "

ଦେଖ ଏ ଗିରଫ ପରୱାନା -

ଭିଜିଲାନ୍ସର ମୋକଦ୍ଦମାଟିଏ

ତୁମରି ନାଆଁରେ ଠୁଙ୍କା ଥିଲା

ଝିଅଟି ତୁମର ଧର୍ଷିତା ହୋଇଛି ଆଶ୍ରମରେ

ଗୁଳି ମାଡ ଖାଇ ସ୍ତ୍ରୀ ଚିକିତ୍ସିତା ମେଡିକାଲେ ।

ଶ୍ରଦ୍ଧାର ସହ

ଭକ୍ତ ଚରଣ ମଲ୍ଲ

5th Sept 2017.

ଗୁରୁ ଦିବସର ଶୁଭ ଅଭିନନ୍ଦନ ।


Rate this content
Log in