Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Fantasy

5.0  

Sukanti Hotta

Fantasy

ଭୟ

ଭୟ

1 min
343


ଭୟ ଗ୍ରାସିଅଛି ସାରା ପୃଥିବୀକୁ

ମୃତ୍ୟୁର ରୂପ ନେଇ

ମଣିଷ ସମାଜ ଧ୍ୱଂସ ପାଇଯିବ

ନିସ୍ତାର ଏଥିରୁ ନାହିଁ ।


ନିଶା ଦ୍ରବ୍ୟ, ଆତ୍ମହତ୍ୟା, ଯୁଦ୍ଧର ଭୟେ

ସାରା ପୃଥିବୀ ଥରୁଛି

ଯୌନ ଭିକ୍ଷୁଙ୍କ ଉପଦ୍ରଵରେ

ବସୁଧା ମାଆ କାନ୍ଦୁଛି ।


ପ୍ରକୃତି ତାଣ୍ଡବ ଅନ୍ୟ ଏକ ଭୟ

ମୃତ୍ୟୁର ଯମଦୂତ

ସାରା ବିଶ୍ୱର ନିଦ ହଜାଇ

କରୁଛି ବଡ ଉତ୍ପାତ ।


ରାଗ ଇର୍ଷା ଦ୍ୱେଷ 'କୋକୁଆ' ହୋଇଣ

ସଭିଙ୍କ ରକ୍ତରେ ପଶି

ରକ୍ତ ଜିଭ କାଡି ଗୋଡାଉ ଅଛନ୍ତି

ମୃତ୍ୟୁ ରୂପରେ ଆସି ।


ସ୍ୱାର୍ଥର ଭୟ ବଡ଼ ସାଙ୍ଘାତିକ

ମାନୁନି ବଡ ସାନ

ପରିବାରରେ କଳହ ଲଗାଇ

କରୁଛି ଖିନଭିନ ।


ଲୋଭର ଭୟ ସମସ୍ତଙ୍କୁ ଗ୍ରାସୀ

ହାଣ କାଟ କରାଉଛି

ସ୍ନେହ ପ୍ରେମକୁ ଖଣ୍ଡଖଣ୍ଡ କରି

ରକ୍ତ ନଦୀ ବୁହାଉଛି ।


ଅଧର୍ମ ରାଜ୍ୟରେ ଧର୍ମର ଭୟ

ସଭିଙ୍କ ମନରେ ଅଛି

ସେଥିପାଇଁ ପରା ସୁନ୍ଦର ସୃଷ୍ଟି

ସୁରକ୍ଷିତ ରହିଅଛି ।



Rate this content
Log in

Similar oriya poem from Fantasy