ପ୍ରତିଧ୍ଵନୀ
ପ୍ରତିଧ୍ଵନୀ
ତୁମକୁ ନେଇ କଣ
କେବେ କିଛି ଭାବି ହୁଏ
ତୁମେ ଯେ ଆପେ ଆପେ ଆସିଯାଅ
ମୋ ମନର ଗୋପନ କୁହୁକ ବନରେ
ଛୋଟିଆ ପ୍ରତିଧ୍ଵନୀଟେ ହୋଇ ।
ଅନ୍ତରର କୋଳାହଳକୁ
ମୁଖରିତ କରିଦିଅ
ମୁଠାଏ ଲାଜୁଆ ପବନ ପରି
ମୁଁ ତ ହଜି ଯାଉଛି
ତୁମ ସ୍ମୃତିର ଅରଣ୍ୟରେ
ନିଜକୁ ଖୋଜୁଛି ଏଠି
ଅଧାଗଢା ଶବ୍ଦରେ
ମନର ଚୂନା ଚୂନା ଦୁଃଖମାନଙ୍କୁ
ଓଠରେ ଚାପିଧରି ।
ହୃଦୟକୁ ଛୁଇଁଥିବା ଆବେଗ
ଖିଆଲି ହସର ପ୍ରତିଶୃତି
ଆଉ କିଛି ଆନମନା
ଶିହରଣକୁ ନେଇ ।
ମୁଁ ତ ଦେଖୁଛି ଆଜି
ତୁମରି ଆଖିରେ
ସମ୍ଭାବନାର ଛୋଟିଆ ସ୍ଵପ୍ନଟିଏ
ସେଇ ଯଥେଷ୍ଟ ମୋର
ଗୋଟାଏ ଜୀବନ ପାଇଁ ।