Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Inspirational Others

3  

Prasanta kumar Hota

Inspirational Others

ବନ୍ଧୁ କିଏ

ବନ୍ଧୁ କିଏ

1 min
6.9K


ସନାତନ ଧର୍ମ କହେ

ବନ୍ଧୁ କିଏ ପର କିଏ

ସାତ ପାଦ ସାଥି ହେଲେ

ଜୀବନରେ ରାହା ଦିଏ ।

ସମୟ କହିବ କିଏ

ଅବନ୍ଧୁରେ ବନ୍ଧୁ ପୁଣି

ନିର୍ବନ୍ଧୁ ବି ବନ୍ଧୁ ଥାଏ

ସ୍ଥାନ କାଳ ପାତ୍ର ଜାଣି ।

ସ୍ଵାର୍ଥ ନେଇ ଆସିଥାଏ

ମଧୁ ବାକ୍ୟ କହୁଥାଏ

ବନ୍ଧୁ ନାମେ ବନ୍ଧୁଘ୍ନ ସେ

କୃତଘ୍ନଠୁ ହୀନ ହୁଏ ।

ପିତା ବନ୍ଧୁ ମାତା ବନ୍ଧୁ

ଭାଇ ଭଗ୍ନୀ ପରି ବନ୍ଧୁ

ରହିଥାନ୍ତି ଉର୍ଦ୍ଧେ ସଦା

ପରିବାରେ ପ୍ରିୟ ବନ୍ଧୁ ।

ବନ୍ଧୁ ଯିଏ ପାଖେ ରହେ

ପ୍ରୟୋଜନେ ପ୍ରାଣ ଦିଏ

ରାଜଦ୍ଵାରେ ଶ୍ମଶାନରେ

ଉତ୍ସବେ ବ୍ୟସନେ ଥାଏ ।

ବନ୍ଧୁ ପଥେ ସାଥି ହୁଏ

ବନ୍ଧୁରତା ଡେଇଁ ଥାଏ

ସେହି ବନ୍ଧୁ ଦୁନିଆରେ

ପ୍ରାଣ ବନ୍ଧୁ ହୋଇଥାଏ ।

ଉପକାର ଖୋଜା ନାହିଁ

ଉପକାର ଫେରା ନାହିଁ

ଦେଉଥିଲେ ଦେଉଥାଇ

ପାଉଥିଲେ ପାଉଥାଇ ।

କହିଦେଲେ ସାଧୁବାଦ

ନକହିଲେ ଦୃଢଭାବ

ଭୁଲ୍ ପାଇଁ ଖୋଜେ ନାହିଁ

ହୃଦୟର ପ୍ରତିଘାତ।

ପ୍ରଶାନ୍ତ କୁମାର ହୋତା


Rate this content
Log in

Similar oriya poem from Inspirational