କନ୍ୟା
କନ୍ୟା
ତୁ କେତେବେଳେ ଚଞ୍ଚଳା,
କେତେବେଳେ ପୁଣି ସରଳା
ତୁ ହିଁ ଜାୟା, ଭଗିନୀ
ତୁ ହିଁ ମାୟା, ଦୁଃଖ ହାରିଣୀ
ସମୟେ ସମୟେ ତୁ ଧ୍ବଂସ କାରିଣୀ ।
ଖୁସିର ଲହରୀ ନେଇଆସୁ ତୋରି ସାଥିରେ,
ପୁଣି ଅନେକ କରନ୍ତି ଦୁଃଖ ତୋ ଜନମରେ,
ପରିଣତେ ବୟସରେ ଲାଗେ କେତେ କଟକଣା,
ପାଦ ଟିକେ ଖସିଗଲେ କେତେ ଯେ ବାରଣା ।
ଦୁନିଆ ପୂଜଇ ତତେ ବିଭିନ୍ନ ରୂପରେ,
ସାଥିରେ ଦିଏ ଯନ୍ତ୍ରଣା ନାନା ପ୍ରକାରରେ,
ଘରର ଲକ୍ଷ୍ମୀ ଭାବେ ଗଣା ତୁହି ହେଲୁ,
ସବୁରି ଦୁଃଖକୁ ଆପଣାର କଲୁ ।
ତଥାପି ଏ ଦୁନିଆ ଦେଖେ ତତେ ବୋଝ ହିସାବରେ,
ବାଣ୍ଟି ଯାଉ ସ୍ନେହ, ପ୍ରେମର ଜୁଆର
ବିଭିନ୍ନ ରୂପରେ ।