Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Padmalaya Mishra

Inspirational Others

3  

Padmalaya Mishra

Inspirational Others

ମୁଁ ଓଡିଆ ମୋର ଭାଷା ଓଡିଆ

ମୁଁ ଓଡିଆ ମୋର ଭାଷା ଓଡିଆ

1 min
6.7K


ମୁଁ ଓଡ଼ିଆ ମୋର ଭାଷା ଓଡ଼ିଆ

ହୃଦୟ ମୋହର ଭାରି ବଢିଆ ।

ଟାଣ ଖରା ହେଉ ଅବା

ହେଉ ମହାବାତ୍ୟା

ସହିଛି ସହିବି ମୁହିଁ

ଅଟଇ ଅଗତ୍ୟା ।

ଅଳପରେ ଖୁସି ଯେଣୁ

ଆଶା ନାହିଁ ବେଶି

ଅରୁଆ ଡାଲମା ପାଇ

ଭୋକ ଯାଏ ନାଶି ।

ସପନ ମୋହର ଛୋଟ

ବଡ ମୋର ମନ

ଇନ୍ଦିରା ଆବାସ ପାଇ

ହୁଅଇ ଉଚ୍ଛନ୍ନ ।

ରସଗୋଲା ତୋର ହେଉ

ପଖାଳ ତ ମୋର

ଶତ ଚେଷ୍ଟା କରି ମଧ୍ୟ

ହେବନି କାହାର ।

ସମର୍ପଣ ଭାବ ଅଛି

ଓଡ଼ିଆଙ୍କ ପାଶେ

ରାଜନେତା ରାଜନୀତି

କରନ୍ତି ହରଷେ ।

ମୁଁ ଓଡ଼ିଆ ମୋର ଭାଷା ଓଡ଼ିଆ

ହୃଦୟ ମୋହର ଭାରି ବଢିଆ ।।

.......ପଦ୍ମାଳୟା


Rate this content
Log in