ପ୍ରଶ୍ନ ଥିଲା
ପ୍ରଶ୍ନ ଥିଲା
1 min
6.4K
ଅଭିଯୋଗ ଭରା ଏ ଦୁନିଆଁରେ
ନୂଆ କିଏ ? ଆଉ କିଏ ଏଠି ପୁରୁଣା ?
ଫୁଲ ଫୁଟିଲା ପରି ଘଟଣାଟିଏ ବି ପ୍ରତିରା ମେଲେଇ ଖବର ବନଇ
ତୋରାଣି ସମ ଏ ଓଳି ଖବର ଆର ଓଳିକୁ ବାସି ହେଇ ଖଟା ବାସଇ..
ତେବେ ପ୍ରଶ୍ନ ଥିଲା
କାହିଁକି ଅତୀତକୁ ଉଝାଳିବା ?
ଶୁଖିଯାଇଥିବା କ୍ଷତକୁ
ରକ୍ତାକ୍ତ ହେବା ଯାଏଁ ଉଖାରିବା ?
କୁଶଳ ନୁହେଁ ବୋଲି ନିଜକୁ ପ୍ରମାଣିତ କରିବା ନା
ବିତିଥିବା ସମୟକୁ ସ୍ମୃତିରେ ଆଣି
ଆଉଥରେ କଳ୍ପନାରେ ତାକୁ ଜୀବନ୍ତ କରିବା ???