ପଲିଥିନ
ପଲିଥିନ
1 min
13.3K
ଆବାଳ, ବୃଦ୍ଧ, ବନିତାଙ୍କର
ଥିଲି ମୁଁ ଦରକାରୀ
ପୋଡା କପାଳ ହୋଇଗଲା ମୋର
ହେଲି ଦାଣ୍ଡର ଭିକାରି l
କେଡେ ସରାଗରେ ଧରୁଥିଲେ ମୋତେ
ଧନ୍ୟ ଥିଲା ମୋ ଜୀବନ
ଆଜି ମୂଲ୍ୟହୀନ ନିଷ୍ଫଳ ମୁଁ ଅଟେ
କଲ ମୋ ଗର୍ବ ଦମନ l
ପରିବା, ଖେଳନା, ପୂଜା ଫୁଲ ଧରି
କେତେ ଆନନ୍ଦରେ ଥିଲି
ଦୋକାନ, ବଜାର ପୂଜା ମଣ୍ଡପରେ
ପ୍ରାଧାନ୍ୟ ବିସ୍ତାର କଲି l
ଭୋଜି ଭାତ ବେଳେ ଅତି ଯତନରେ
ପକେଟରେ ଯାଉଥିଲି
ବଳି ଥିବା ଖିରି ମାଉଁସ ଧରି
ଲୁଚି ଲୁଚି ଆସୁଥିଲି l
ପିଲାମାନେ ମୋତେ ପକେଟରେ ଧରି
ବଗିଚାକୁ ଯାଉଥିଲେ
ଲୁଚେଇ ଲୁଚେଇ ଆମ୍ବ, ପିଜୁଳି....
କେତେ ଯେ ଭରୁଥିଲେ l
ଟଙ୍କା, ସୁନା, ହୀରା, ଲୁଗାପଟାକୁ
ନିଶ ଫୁଲେଇ ଧରିଛି
ମାଟି, ପାଣି, ଲୁହା, ଅଲୋଡ଼ା ଜିନିଷ
ସବୁ ମୋ ହୃଦେ ଭରିଛି l
ସବୁଠାରୁ ଶ୍ରେଷ୍ଠ ମଣିଷ ଜାତିର
ଥିଲି ମୁଁ ଗଣ୍ଠିର ଧନ
ସାରା ସଂସାର ମୋତେ ଖୋଜୁଥିଲେ
ଚତୁଃର୍ଦିଗେ ଥିଲା ମୋହର ସ୍ଥାନ l
ମୁକାର ଶବ୍ଦରେ ପ୍ରକମ୍ପିତ କଲି
ପୃଥିବୀ ସାରା କାୟା ବିସ୍ତାରିଲି
ଜଳ ସ୍ଥଳରେ ମୁଁ ଭରିଗଲି
ପଶୁ ପକ୍ଷୀ,ମଣିଷର ଜୀବନ ନେଲି l
ଗର୍ବ ମୋହର ଅତିସୟ ହେଲା
ମାଟିଠୁ ଭି ହୀନ ହେଲି
ଭଗବାନ ମୋର ଗର୍ବ ଭାଙ୍ଗିଦେଲେ
ମାଟିରେ ବି ମିଶିଲିନି l
ଜଳିକରି ମୁଁ ପାଉଁଶ ହେଲେବି
ପ୍ରଦୂଷଣ କରିଦେଲି
ଅତି ଗର୍ବେ ହତ ଲଙ୍କା ପରି
ସଂସାରୁ ଚାଲିଗଲି l
ସୁକାନ୍ତି ହୋତା