Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୪୧୪

ଜୀବନ ଗୀତା-୪୧୪

1 min
233


ଜୀବନର ଯାତ୍ରାପଥେ ହାରିଯିବା

ଅତି ସାଧାରଣ କଥା

ଆପଣେଇ ନେଲେ ସବୁ ହାର୍​ଜିତ

ଉଣା ହୋଇଯାଏ ବ୍ୟଥା ॥୦॥

ଲକ୍ଷ୍ୟର ପଥରେ ଆଗୋଉ ଆଗୋଉ

ଲକ୍ଷ୍ୟଭ୍ରଷ୍ଟ କିଏ ହୁଏ

ଠିକଣା ଜାଗାରେ ପହଞ୍ଚି ନପାରି

ବାଟବଣା ହୋଇଯାଏ

ହତାଶ ନହୋଇ କର୍ମ କରିଗଲେ

ମିଳିଯାଏ ପୁଣି ରାସ୍ତା ॥୧॥

ଅନ୍ଧାର ସୁଡଙ୍ଗ ଶେଷରେ ଆଲୋକ

ଯେମିତିକା ରହିଥାଏ

କାଳରାତ୍ରି ପରେ ସକାଳ ସୂରୁଜ

ଆଲୋକ ଅଜାଡି ଦିଏ

ସେହିପରି ହାର୍​ଜିତ ଜୀବନରେ

ଏକପରେ ଆନ ଯଥା ॥୨॥


Rate this content
Log in