ଅନ୍ଧ - କାଲ - ମୂକ
ଅନ୍ଧ - କାଲ - ମୂକ
ଅନ୍ଧ ସିନା କିଛି ଦେଖିପାରେ ନାହିଁ
ଖାଲେ ପଡି ଛାଡେ ହୁରି
ଶୁଣି ପାରେ ନାହିଁ କାଲଟିଏ ବୋଲି
ଭାଷା ବୁଝେ ଅନ୍ୟ ପରି
ଦେଖିପାରେ ସବୁ ଶୁଣି ପାରେ ସବୁ
ମୁକ କହିପାରେ ନାହିଁ
ଦୁଃଖରେ ରହି ବି କେଡେ ସୁଖୀଟିଏ
ଭାବୁଅଛି ଆଜି ମୁହିଁ
ଆଖି ଥାଇ ଅନ୍ଧ କାନ ଥାଇ କାଲ
ଚାଲିଛି ଅନ୍ୟାୟ ଖେଳ
ପାଟି ଫିଟେଇଲେ ବିପଦ ଆସଇ
ନ ହେବାକି ମୁକ ଭଲ???
ଚିତ୍ତ ରଞ୍ଜନ ଲେଙ୍କା (କଟକ)©