ଜୀବନ ଗୀତା- ୮୦
ଜୀବନ ଗୀତା- ୮୦
1 min
13.6K
ଜୀବନ ଗୀତା
ଜୀବନ ତ ମପା ହୁଏ
ଟଙ୍କା ନିକିତିରେ
ବୁଝେନା ତାହାକୁ କିଏ
ପ୍ରେମ କି ପ୍ରୀତିରେ ॥୦॥
ଆଗକୁ ବଢିବା ପାଇଁ
ନିତି ପ୍ରତିଯୋଗିତା
ହେବାକୁ ଚାହାଁନ୍ତି ଖାଲି
ନିଜେ ଜଗତଜିତା
ବିତାନ୍ତି ଜୀବନ ତେଣୁ
ମହା ଅଶାନ୍ତିରେ ॥୧॥
ବଂଚିବା ଜଟିଳ ଏଠି
ଅସହାୟ ମଣିଷ
ତଥାପି ଦେଖାନ୍ତି ସର୍ବେ
ନିଜେ ନିଜ ପୌରୁଷ
ଚାଲିବାକୁ ଚାହାନ୍ତିନି
କେହିତ ନୀତିରେ ॥୨॥
ନାରୀଜାତି ପ୍ରତି ନାହିଁ
ଟିକିଏ ବି ସମ୍ମାନ
ଭୋଗ ବିଳାସର ବସ୍ତୁ
ସାଥେ ସିଏ ସମାନ
କେମିତି ଏ ସଂସାରର
ହେବ ମୁକତିରେ ॥୩॥