Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kamala Satpathy

Others

3  

Kamala Satpathy

Others

ହାୟରେ ବଜେଟ

ହାୟରେ ବଜେଟ

1 min
406



ପ୍ରେମ କରିବାକୁ ଫେବୃଆରୀ ମାସେ

ଆସଇ ପ୍ରେମ ଦିବସ

ପ୍ରେମ ଦିବସର ନିଶା ଉତୁରାଏ

ବିତ୍ତମନ୍ତ୍ରୀଙ୍କ ସନ୍ଦେଶ ।

ବସନ୍ତର ରଙ୍ଗ ଫିକା ଫିକା ଲାଗେ

ଦରଦାମ ବୃଦ୍ଧି ଦେଖି

ଚାତକର ସମ ଚାହିଁ ରହିଥାନ୍ତି

ବଜେଟ କରିବ ସୁଖୀ ।

ଛାତି ଧଡଧଡ, ମନଟା ବିକଳ

କାହାର ବଢିବ ମୂଲ୍ୟ

କିଏ ହେବ ହାତ ପାହାନ୍ତୁ ଉଭାନ

ହୋଇ ହୀରା ସଙ୍ଗେ ତୂଲ୍ୟ ।

ଚାକିରିଆ ଚାହିଁ ବସି ରହିଛନ୍ତି

ମିଳିବ କେତେ ରିହାତି

ଇନକମ୍ ଥିଲା ଯେତିକି ସେତିକି

ଟ୍ୟାକ୍ସ ତ ବଢିଚାଲିଛି ।

ବେପାରୀ ଚିନ୍ତୁଛି ବଢିବ କି ଆଉ

ପେଟ୍ରୋଲ ଡିଜେଲ ଦର

ଆଗତ ଯୋଜନା କରି ଲାଭ ନାହିଁ

ତେଲକୁ ସବୁ ନିର୍ଭର ।

ତେଲ ଦର ବଢେ ଆଖିବୁଜା କରି

ଗାଡି ଦାମ୍ ଯାଏ କମି

କଲିଜା ଅଛି ତ କିଣୁଥାଅ ପୁଅ

ମୋଟର ବାଇକି ଦାମୀ ।

ଚାଉଳ ପରିବା, ଡାଲି ଅଉଷଧ

କୋଉଟା ନୁହେଁ ଜରୁରୀ?

ସେସବୁ ବଢେଇ ସର୍କାର ଦିଅଇ

ଟିଭି ଫ୍ରିଜ୍ ଛାଡକରି ।

ପରିବା କିଣାକୁ ପଇସା ନଅଣ୍ଟୁ

ଫ୍ରିଜ୍ ଦିଅ ଗୋଟେ କିଣି

ଭୋକେ ଓଡିଆଏ ନିଦେ ଶୋଇଯିବେ

ଟିଭିଟେ ଘରକୁ ଆଣି ।

ସମସ୍ତେ ପଢିଲେ ଭାରତ ହସିବ

ସର୍କାର ଦିଅନ୍ତି ନାରା

ପାଠପଢା ଖର୍ଚ୍ଚ ହୋଇଲାଣି ଯାହା

ପଢା ଛାଡି ଛାଣ ବରା !

ସୁନାଦର ଯାହା ହୋଇଲାଣି କିଏ

ଭାବିବ ଲଗେଇବାକୁ

ସୁନାପାଣି ଦିଆ ଗହଣାକୁ ପିନ୍ଧି

ବୁଝୋଉଥାଅ ମନକୁ ।

ଝିଅ ବାହାଘର ହୋଇବ କେମିତି

ବିନା ଗହଣା ଗାଣ୍ଠିରେ

ଗହଣା ନପିନ୍ଧି ଏରୁଣ୍ଡି ଡେଇଁଲେ

ଶୋଇବ ସିଧା ଜୁଇରେ ।

ଯାତ୍ରୀଙ୍କ ଦୁଃଖକୁ ବୁଝନ୍ତି ବୋଲି ସେ

ବଢାନ୍ତି ନାହିଁ ତା’ ଦର

ବଢେଇବା ପୂର୍ବୁ କରିବାକୁ ହେବ

ରେଳ ସମୟଟା ସ୍ଥିର ।

ବଡବଡିଆଙ୍କୁ ସୁହାଇବା ପାଇଁ 

ନିୟମ କାନୁନ ଭାଙ୍ଗି

ଆମ ସରକାର ସୁବିଧା ଦେବାକୁ

ଦିନରାତି ଥାନ୍ତି ଲାଗି ।

ଚାଉଳ ଦୁର୍ନୀତି, ଡାଲିର ଦୁର୍ନୀତି

ଆହୁରି ଦୁର୍ନୀତି କେତେ

ଯାହା ହୀତ ପାଇଁ ଏସବୁ ସୁବିଧା

ପୂରେ କି ତା’ ପେଟ ସତେ !

ଦିନରାତି ଗଧ ସମର ଖଟଣୀ

ତଥାପି ପୁରୁନି ପେଟ

ସରକାରଙ୍କର କିବା ଯାଏ ଆସେ

ଆରାମେ ଦେଖନ୍ତି ନାଟ ।

ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଉପରେ 

ଏମିତି ବସେଇ କର

ଗରୀବଙ୍କ ପେଟେ ଲାତ ମାରୁଛନ୍ତି

କେମିତି ଏ ସରକାର !

ହାୟରେ ବଜେଟ, ତୋ’ ପାଦେ ଜୁହାର

କରୁଛୁ ମିନତି ସର୍ବେ

ପ୍ରେମର ଋତୁରେ ଅପ୍ରେମ ସନ୍ଦେଶ

ନଶୁଣା ତୁ ଆମ ଆଗେ ।

-0-


Rate this content
Log in