Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasanna Kumar Madala

Romance

3  

Prasanna Kumar Madala

Romance

ପ୍ରୀତିଭାବ

ପ୍ରୀତିଭାବ

1 min
13.4K


ପ୍ରୀତିଭାବ 

 

ପୁରାଣଠୁଁ ପୁରୁଣା 

ଗୋପନଗାଥାର ସମୀକରଣ 

ସଂସ୍କୃତିର ନିର୍ଯ୍ୟାସ ଆଉ 

ଜନ୍ମାନ୍ତର ସମ୍ବନ୍ଧର

ଐଶ୍ବରୀୟ ଅନ୍ତଃସ୍ବର ମୋ 

ପ୍ରାଣଠୁଁ ମହାପ୍ରୟାଣ ଯାଏଁ ବିସ୍ତୃତ 

ପ୍ରେମ ପାରାବାରର ବେଳାଭୂମି । 

 

ସହସ୍ର ଥର ଡେଇଁପଡେ

ଆକଟ ଲକ୍ଷ୍ମଣରେଖା ଯେତେ 

ପରିବ୍ୟାପ୍ତ ହୁଏ ଉଲ୍ଲୋଳିତ ତନୁ 

ପାତାଳରୁ ସର୍ବୋଚ୍ଚ ଶୃଙ୍ଗ ଯାଏଁ ଭେଦି 

ତୁମ ଅଙ୍ଗ ସ୍ପର୍ଶ ପାଇଁ ପ୍ରିୟେ 

ପ୍ରତ୍ୟେକ ବେଳରେ 

ଅଣନିବେଦିତା ହୋଇ । 

 

ନୀରବତାର ଶବ୍ଦରେ ଖୋଜି ନଥିଲି 

ପ୍ରତିଶ୍ରୁତିର ସଂଜୀବନୀ କି 

ବିଶ୍ବସନୀୟତାର ସ୍ବର୍ଗବାସ । 

ଆକଣ୍ଠ ଗରଳରେ ନୀଳକଣ୍ଠ ସାଜି 

ପ୍ରେମର ନିର୍ମାଲ୍ୟକୁ ପେଢିରେ ସାଇତି 

ସଂଜ୍ଞା ନିରୂପଣ କରେ ପ୍ରତିଥର 

ଅପ୍ରମିତ ଉପପାଦ୍ୟ ସବୁର । 

 

ମହାପାତକର ଶଙ୍କାହୀନ ହୋଇ 

ଶ୍ରୀରାଧା ସ୍ବତଃ ବଢାଇଦେଲେ 

ପାଦଧୁଳି ଉଦ୍ଧବଙ୍କ ହସ୍ତେ 

ଶ୍ରୀକୃଷ୍ଣଙ୍କ ଲାଗି ପ୍ରେମର ଉତ୍କର୍ଷେ, 

ସେ ଭାବ ନ ଥିଲା କି ମୋର ?? 

 

କବି- ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମାଦଳା 


Rate this content
Log in