Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Gourgopal Das

Others

3  

Gourgopal Das

Others

ଏବେ ବି ମନେପଡ

ଏବେ ବି ମନେପଡ

1 min
328


କେବେ ଇଚ୍ଛା ହୁଏ ଶୁଣିବା ପାଇଁ କି

     ତୁମ ମିଠା ମିଠା କଥା

କେବେ ଲୁହ ଆଣେ ଶୁଣିଲେ ତୁମର

      ଅନ୍ତର ତଳର ବ୍ଯଥା ।

     ସାଥୀ ମୋର ନିଃସଙ୍ଗତା

 ସବୁ ତ ବୁଝୁଛ ସବୁ ତ ଶୁଣୁଛ

      କିଆଁ ଏତେ ନିରବତା?

କେବେ ଇଚ୍ଛା ହୁଏ ଶୁଣିବା ପାଇଁ କି

       ତୁମ ମିଠା ମିଠା କଥା

ଝରି ଝରି ଲୁହ ହୁଅଇ ସାଗର

ସେ ଲୁହ ମୋହର ଏକାନ୍ତ ନିଜର

କେମିତି କେଜାଣି କରିଦେଲ ପର ।

ସତେ ତୁମ ପାଇଁ ଅଲୋଡା ପଥର

ଜୀବନର ଏଇ କ୍ଳାନ୍ତ ଅପରାହ୍ନେ

     କାହିଁ ବଢେ ବ୍ଯାକୁଳତା

କେବେ ଇଚ୍ଛା ହୁଏ ଶୁଣିବା ପାଇଁ କି

     ତୁମ ମିଠା ମିଠା କଥା ।


Rate this content
Log in