Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Inspirational Abstract Others

3  

Prasanna Kumar Madala

Inspirational Abstract Others

ନୂତନ ହତାଶା

ନୂତନ ହତାଶା

1 min
13.1K


ବଣିଜର ମନୋବୃତ୍ତି ଯେତେ ପାଇବା ମାନସିକତା

କବଳରେ ଗ୍ରସ୍ତ ଜନେ, ହୃଦେ ସମ୍ବନ୍ଧର କୁଟିଳତା

ପରଜୀବୀ ବ୍ୟଭିଚାରୀ ଏହି ଲମ୍ପଟ ନବ ସଭ୍ୟତା

ସାଥେ ଘେନି ଅଗ୍ରଗାମୀ ଚଳିତ ଶତାବ୍ଦୀର ଜନତା ।

ତିଳେ ନାହିଁ ଚିନ୍ତା ଆଉ ଖୋଜୁନାହିଁ ସମୃଦ୍ଧ ଅତୀତ

ହୋଇଲାଣି ମାନସରୁ ଇତିହାସ ଯେମନ୍ତେ ବିସ୍ମୃତ

ଭୌତିକ ସୁଖର ପଛେ ଧାଇଁ ଧାଇଁ ସଦାନୁସରିତ

ଉତ୍ଥାନ ପତନ ପରେ ଦେଖ ଆଜି ପଥରୁ ବିଚ୍ୟୂତ ।

ଆସିଲାଣି ବହୁଦୂରେ ଛାଡି କେବେ ମାଟିର ସଡକ

ଗଢିଲାଣି ଚଲାପଥେ ଥୋଇ ଏବେ ପ୍ରସ୍ତର ଇଷ୍ଟକ

ଅଧିକାର ଖୋଜେ ନିଜ ନିତ୍ୟ ବିକଶିତ ନାଗରିକ

ଲୋଡାନାହିଁ ଲକ୍ଷ୍ୟ ଆଉ ପୁଣି ପୂର୍ବବତ୍ ସାମୂହିକ ।

'ସମଷ୍ଟି'ରେ ପରିଣତ ହୁଏ ସଦା ଲକ୍ଷ୍ୟ ସାମୂହିକ 

ଘାରଇ ମୋ ମାନସେ ଚିନ୍ତା ପୂର୍ବର ସମଷ୍ଟିକୈନ୍ଦ୍ରିକ

'ଆମେ ଓ ଆମର' ବିନା ସ୍ବାର୍ଥପର ଆଜି ଆଧୁନିକ

'ମୁଁ ଓ ମୋର' କହି କହି ଅମଣିଷ ହାରଇ ବିବେକ ।

ଦୁଃଖ ଓ ଦୁର୍ଦ୍ଦଶା ଅନ୍ୟର କରୁନାହିଁ ହୃଦେ କାତର

ପଡୋଶୀର ଭଲମନ୍ଦ ଲୋଡାନାହିଁ ବି ତିଳେ ମାତର

କି ହିତ ସାଧନ ହେବ ହୋଇ ଅର୍ଥର ନିମନ୍ତେ ଆତୁର

ଲକ୍ଷ୍ୟ ଅଲକ୍ଷ୍ୟରେ ନିଜ ଗାଁ ଭୂଇଁ ଛାଡିଆସି ଧୂସର ।

ଶୁଭୁଅଛି ରାଷ୍ଟ୍ରଭକ୍ତି ପାଇଁ କେତେ ସଜ୍ଞା ପରିଭାଷା

ଉଠିଲାଣି ଚାରିଆଡେ ମୁଣ୍ଡ ଟେକି ନୂତନ ହତାଶା

କରିବ ଅଧିକେ ଏକୁଟିଆ ଖଞ୍ଜାଇ ଯାବତ ସମସ୍ୟା

ଆତ୍ମଘାତୀ ସାଜିଲାଣି ଦେଖ ଆଜି ସ୍ବାର୍ଥର ଦୁର୍ଦ୍ଦଶା ।

        ପ୍ରସନ୍ନ କୁମାର ମାଦଳା


Rate this content
Log in