Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SARATA KUMAR DAS

Inspirational Others

3  

SARATA KUMAR DAS

Inspirational Others

ଶବ୍ଦଭେଦୀ

ଶବ୍ଦଭେଦୀ

1 min
13K


ବୟସର କଅଁଳ କଢିଟା

ମଉଳି ଯିବ କେବେ

ସୁନେଲି ସ୍ମୃତିର କୃଷ୍ଣଚୂଡା ସବୁ

ଝାଉଁଳି ଯିବ କେବେ ,

ଆହ୍ଳାଦିନୀ ରାତି ପାହିଯିବ କେବେ

ସକାଳର କଅଁଳ ଖରାଟା ଗଡିଯିବ କେବେ

ସମୟର ଘୋଡା ଦୌଡ

ବାଜି ଜିତୁ ବା ନ ଜିତୁ

ପରବାଏ ନାହିଁ ,

ସାଗରଟା ଘୁଞ୍ଚିଯାଉ ପଛେ

ପାହାଡଟା ହସୁଥାଉ ପଛେ

ଜହ୍ନ ଲୁଚୁଥାଉ ପଛେ

କିଛି ପରବାଏ ନାହିଁ ,

ଅନେକରୁ ଏକକୁ ବାଛିବାରେ ନାହିଁ

କିମ୍ବା

ଏକରୁ ଅନେକକୁ ଖୋଜିବାରେ ନାହିଁ

ମରୁର ମାୟା ମରୀଚିକା

ଝିଂକାରୀର ଝଂକାର

ମୋ ସମଗ୍ର ଚେତନାର ନୀରବତାକୁ

ଭେଦୁ ବା ନଭେଦୁ

ବାଦଲ ଫଟା ବର୍ଷାରେ

ମାଟି ଭିଜୁ ବା ନଭିଜୁ

କିଛି ପରବାଏ ନାହିଁ ,

ମାଟି ,ଗୋଡି, ପାଣି ,ପବନର

ଯାଦୁକାରୀ ମନ୍ତ୍ର ସବୁ

ଧରାକୁ ଧରୁ କି ନଧରୁ

ଶୁଖିଲା ପତ୍ର ସବୁ ଅଦିନିଆଁ ଝଡରେ

ଝଡୁ କି ନଝଡୁ

କିଛି ପରବାଏ ନାହିଁ

କିନ୍ତୁ

ନିଗିଡି ପଡୁଥିବା ଥୋପା ଥୋପା

ଲୁହ ବିନ୍ଦୁ ସବୁ

ଅନାବୃତ ଆଖିର କୋଣରୁ

ମାଟିକୁ ଛୁଉଁ ଥାଉ

ମର୍ମକୁ ଭେଦୁଥାଉ

ଶବ୍ଦରୁ ଶବ୍ଦକୁ ଡେଉଁଥାଉ

ଏ ସୃଷ୍ଟିର କୋଳାହଳ ପଥେ ।।

ଶରତ କୁମାର ଦାସ

ବଡବିଲ ମହାବିଦ୍ୟାଳୟ, ବଡବିଲ


Rate this content
Log in

Similar oriya poem from Inspirational