Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା- ୧୦୬

ଜୀବନ ଗୀତା- ୧୦୬

1 min
7.0K


ଜୀବନ ଗୀତା-୧୦୬
 
ଜୀବନ ଯେବେ ଅର୍ଥ କ୍ଷମତା
ପଛରେ ଧାଏଁ
ହିତାହିତ ଜ୍ଞାନ ହରାଇ ସେ
ପାଗଳ ହୁଏ ॥୦॥
 
ଆମ ଭିତରେ ଏମିତି ପାଗଳ
ଖୋଜିବାକୁ ପଡେନାହିଁ
ଯାହାକୁ ଦେଖ ସିଏ ତ ପାଗଳ
କିଛି ହେଲେ କିଛି ପାଇଁ
ସୁଖ ସମ୍ଭୋଗ ଯୌନ ସମ୍ଭୋଗ
ଏଇ ଦୁନିଆରେ କିଏବା ଆଜି
ପୁଣି ନ ଚାହେଁ ॥୧॥
 
ପାଗଳାମିକୁ ହୃଦୟରେ ରଖି
ଚାଲୁଥାନ୍ତି ସର୍ବେ ପଥ
କିଏ ଦେଖାଏ କିଏବା ଲୁଚାଏ
ଯେ ଯାହାର ମନୋରଥ
ସୃଜନଶୀଳ ଯେଉଁ ପାଗଳ
ଅସଲ ପାଗଳ ସିଏ ତା'ଠାରୁ
ଅଧିକ କିଏ ॥୨॥


Rate this content
Log in