ଭଲ ପାଏ ବୋଲି
ଭଲ ପାଏ ବୋଲି
ଭଲପାଏ ବୋଲି ଭୁଲି ମୁଁ ପାରିଛି ଛଳନାର ଯେତେ ଯନ୍ତ୍ରଣା
ଭୁଲି ବି ଯାଇଛି କେତେ ତିକ୍ତ କଥା ଦୁଃଖ ଦେଇଥିବା ଭାବନା ।
ଅନ୍ତର ମୋର ପ୍ରତିଶ୍ରୁତିବଦ୍ଧ ପ୍ରେମର ମଧୁର ଆବେଶରେ
ଝରିଯାଉଥାଏ ଝରଣାଟି ଭଳି ସାଗର ସନ୍ଧାନୀ ପ୍ରତ୍ୟୟରେ ।
ଭଲ ପାଏ ବୋଲି ଜୋଛନା ଝରଇ ନୀଳ କଇଁ ମନ ଛୁଇଁ
ପବନ ଫେରଇ ଏ ପାରି ସେପାରି ଆକାଶର ନୀଳ ବୁକୁ ଡେଇଁ ।
ଭଲପାଏ ବୋଲି ଆଖି ତୋଳି ଚାହେଁ ଲୁହର ମୁକୁତା ମାଳ ପିନ୍ଧି
ମରଣ ସାଥୀରେ ସତେ କି ଜୀବନ କରି ନେଇଅଛି ସନ୍ଧି ।
ଭଲ ପାଏ ବୋଲି ଏତେ ଦୁଃଖ ପଛେ ହସି ପାରଇ ଏ ଓଠ
ଓଠ ଆରପାଖେ ଆପେ ହଜିଯାଏ ଅକୁହା ଅନେକ କଷ୍ଟ ।