Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Padmalaya Mishra

Inspirational

2  

Padmalaya Mishra

Inspirational

କାମନାରେ ପଦ୍ମାଳୟା

କାମନାରେ ପଦ୍ମାଳୟା

1 min
6.7K


ହଜାରେ ସପନକୁ ନୟନେ ଭରି

ଶୋଇ ଯାଇଥିଲି ପ୍ରଭୁ

ସପନ ରହିଲା ସପନରେ ଆହା

ଭୁଲିଗଲି ମୁଁ ନିଜକୁ ।

ହଜିଗଲି ତେଲ-ଲୁଣ ପ୍ରେମେ ପୁଣି

ସମୟ ଗଲାତ ସରି

ବାହୁଡିବା ବେଳ ପାଖେଇ ଆସିଲା

ଫେରିବି ସ୍ଵପ୍ନକୁ ଧରି ।


ଅନେକ ସ୍ଵପ୍ନକୁ ଅଳପ ରଜନୀ

ତା ମଧ୍ୟେ ସଂସାର ମୋହ

ଖୋଜୁଛି ନିଜକୁ ନିଜର ଅସ୍ତିତ୍ଵ

ଘେରିଚି ଜଞ୍ଜାଳ ବ୍ୟୁହ ।

ସରିଗଲା ପରେ ଆୟୁଷର ଘୃତ

ତୁମ ପାଦେ ଲୀନ କାୟା

ପୁନର୍ଜନ୍ମ ଲୋଡା ନାହିଁ ଆଉ ପୁଣି

କାମନାରେ ପଦ୍ମାଳୟା ।।।



ପଦ୍ମାଳୟା


Rate this content
Log in