ଜୀବନ
ଜୀବନ
ମରୁ ବାଲି କି’ବା ମଣିଷ ଜୀବନ ?
ସତେକି ଫୁଲର ଶେଜ,
ସୁଖ ଭୁଞ୍ଜି ଭୁଞ୍ଜି ମଣିଷ ମାନଙ୍କ
ବଞ୍ଚିବା ଏତେ ସହଜ ।
ସୁଖ ଦୁଃଖ ଆଉ ହସ ଲୁହ ଭରା
ଅଟେ ମଣିଷ ଜୀବନ,
ଖାଲି ଦୁଃଖ ଆଉ ସୁଖ ମିଳିବାଟା
ସତେ’ ବି ସାତ ସପନ ।
ଦୁଃଖ ପରେ ସୁଖ ସୁଖ ପରେ ଦୁଃଖ
ଏହା ଚିରନ୍ତନ ସତ୍ୟ,
ସୁଖ ପରେ ଦୁଃଖ ଉଭେଇ ଗଲେ ତ
ସୁଖ ହୋଇଯାଏ ମିତ ।
ଜୀବନ ନଉକା ଅଥଳ ସାଗରେ
ଭାସି ଭାସି ଚାଲିଥାଏ,
ଦୁଃଖ ଆସିଗଲେ ଟଳମଳ ହୁଏ
ସୁଖରେ ନିଶ୍ଚିତ ଥାଏ ।
ଏମିତି ନଉକା ଭାସି ଭାସି ଚାଲେ
ବହୁ ଦୂର ଭାସି ଯାଏ,
ଅବଶେଷେ ନା’ଆ ସାମର୍ଥ୍ୟ ହରାଇ
ସାଗରରେ ବୁଡି ଯାଏ ।