Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Jena

Others

3  

Debabrata Jena

Others

ଯୋଗ୍ୟ କରି ଗଢି ତୋଳ

ଯୋଗ୍ୟ କରି ଗଢି ତୋଳ

1 min
90


ଫୁଲ ପରି ମୋତେ କୋମଳ କର ମା'

ତୁମ ପଦେ ଆଶ୍ରା ନେବି

ସୁବାସ ସାଙ୍ଗକୁ ଲାବଣ୍ୟରେ ମୋର

ଜନ ମନ ମୋହୁଥିବି ।।

ସୂର୍ଯ୍ୟ ସମ ମୋତେ ଦୀପ୍ତିମାନ କର

ଆଲୋକ ପ୍ରକାଶୁ ଥିବି ।

ନଭ ସମ ବ୍ୟାପ୍ତ ହୃଦୟଟେ ଦିଅ

ପରହିତେ ଲାଗୁଥିବି ।।

ଝର ସମ ମୋତେ ପ୍ରବାହିତ କର

ତୃଷ୍ଣା ଶୂନ୍ୟ ହେଉ ମହୀ ।

ଶଇଳ ପରି ମା' ହେବି ମୁଁ ଅଚଳ

ଦୁଃଖ ଝଡ଼ ଝଂଜା ବହି ।।

ମରୁ ବାଲି ସମ ସମୟ ସାଥିରେ

କରିଦିଅ ଉପଯୁକ୍ତ ।

ଗ୍ରୀଷମରେ ଉଷ୍ମ ଶୀତେ ଶୀତଳତା

ଧାରଣ କରିବି ନିତ୍ୟ ।।

ଦୁର୍ବା ସମ କର ନମନୀୟ ମୋତେ

କେବେ ଭାଙ୍ଗିଜିବି ନାହିଁ

ମହୁମାଛି ସମ କର ଅନ୍ୟ ହିତେ

ମଧୁ ସାଉଁଟିବା ପାଇଁ ।।

ଜଗତ ଜନନୀ ଘେନ ମୋ ଦୟିନୀ

ଆହେ ମା ମମତାମୟୀ

ପଦ ପଙ୍କଜରେ ସମର୍ପୁଛି ନିତି

ଆଉ କିଛି ମାଗୁ ନାହିଁ ।।


Rate this content
Log in