ବାହୁଡାରେ ମତେ ନିଅ ବାହୁଡେଇ..!!
ବାହୁଡାରେ ମତେ ନିଅ ବାହୁଡେଇ..!!
ସୁଖ ବି ତମର ଦୁଃଖ ବି ତମର
ମାୟା ବି ତମର ମୋକ୍ଷ ବି ତମର
ହସ ଲୁହଭରା ଏ ସଂସାର ତମର,
ତଥାପି କପଟ ମନେ ଭରି ରଖ...
ପାତର ଅନ୍ତର ଏତେ କିଆଁ କର ।
କିଏ ଭାସୁଥାଏ ସୁଖ ବୈତରଣୀରେ ତ
କାହା ଭାଗ୍ୟ ଲେଖ ଲୁହ ସାଗର..।
କଣ ଆଉ ହେଇ ରହିଲା ମୋର,
ଧର୍ମ ଅଧର୍ମର ପଶାପାଲି ଖେଳି
ପାପୀ ନାମେ କଲ ସଂସାରେ ହୁର ।
ଜିଉଁଛି ଦଣ୍ଡେ କାଟୁଛି ଦିନ..
ଯେବେଠୁ ଜୀବନ ମୋଡିଛି ମୁହଁ ।
ମରଣର ଅତି ସମୀପେ ଥିଲେବି..
ସ୍ୱୀକାର କରୁନି... କି କରିବି କୁହ ।
ଲୁହ ଗଲାଣି ମୋ ଆଖିରୁ ସରି..
ବଞ୍ଚିବାର ମୋହ ନାହିଁ ମୋହରି ।
ବୁଝେନା ମୁଁ ପାପ ପୁଣ୍ୟର ହିସାବ,
ଜାଣେନା ବି କଣ ପ୍ରାରବ୍ଧର କର୍ମ ।
ବାହୁଡ଼ିବା ବେଳ ଆସେ ପାଖେଇ..
ମୁକ୍ତି ଦିଅ ମତେ ପ୍ରଭୁ ଗୋସେଇଁ ।
ବଡଦାଣ୍ଡେ ବଡ ରଥରେ ଚଢ଼ି,
ବଡ ଦେଉଳକୁ ଯିବ ବାହୁଡ଼ି ।
ଆକୁଳେ ଡାକୁଛି ଜଗତ ସାଇଁ..
ବାହୁଡାରେ ମତେ ନିଅ ବାହୁଡେ଼ଇ..।।
ବାହୁଡାରେ ମତେ ନିଅ ବାହୁଡେ଼ଇ..।।
ବିନ୍ଦୁ ନିବେଦିତା