Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Mamatamanjari Das

Inspirational

3  

Mamatamanjari Das

Inspirational

ତଥାପି ହୃଦୟ ଝୁରେ

ତଥାପି ହୃଦୟ ଝୁରେ

5 mins
6.9K


ଏ ମନ ଗହନ ଖୋଜୁଅଛି ସଦା

ତୋ' ଦେହର ଶୀତଳ ସ୍ନିଗ୍ଧ ଛାଇ

ହୃଦୟଟା ଜଳେ ହୁତାଶନ ହୋଇ

ମାନେ ନାହିଁ ଅଶୃ ନଈ ।

ସ୍ବର୍ଣ୍ଣାଭ ଗୋଧୂଳୀ ଅସ୍ତମିତ ସୂର୍ଯ୍ୟ

ବାହୁଡନ୍ତି ପକ୍ଷୀ ନୀଡେ

କଳାଶାଢୀ ପିନ୍ଧି ରଜନୀ ରାଣିଟା

ଆସୁଥାଏ ଧୀରେ ଧୀରେ ।

ତୋ' ପଥକୁ ଚାହିଁ ରହିଛିରେ ମୁହିଁ

ଅପଲକ ନୟନରେ

ଜାଣିଛି ତୁ' କେବେ ଫେରିବୁନି ଆଉ

ତଥାପି ହୃଦୟ ଝୁରେ ।

ଶ୍ୟାମଳ ଶ୍ୟାମଳ ଲାଗେ ମୋତେ ଧରା

ପାଇଲେ ତୋର' ପରଶ

ବିଦଗ୍ଧ ଆତ୍ମାଟା ପରିତୃପ୍ତ ହୁଏ

ପାଇଯାଏ ଜୀବନ୍ୟାସ ।

####ମମତା ମଞ୍ଜରୀ ଦାସ ,କଟକ####


Rate this content
Log in