Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

4.1  

Sadananda Sahoo

Others

ସ୍ମୃତିରେ ମୋ' ପ୍ରେମ

ସ୍ମୃତିରେ ମୋ' ପ୍ରେମ

3 mins
166



ପ୍ରେମଭାବ ମୋର ରହିଛି ଅତୁଟ

ଭାସିଉଠେ ସ୍ଵପ୍ନରାଜି ,

ଆଜିବି ସପନେ ଖୋଜେ ମନେମନେ

ପ୍ରିୟାକୁମୋ' ଆଖିବୁଜି ! !


ପ୍ରେମର ବାରିଧି ମୋ'ସାଥୀ ଇତିଶ୍ରୀ

ବାଲ୍ୟ କୈଶୋର'ର ସ୍ମୃ୍ତି ,

ଆଜିବି ଝୁରୁଛି ମୁଁ'ଯେ ଦିବାନିଶି

ଉଜାଗରେ ବିତେ ରାତି ! !


ମନର ମାନିନୀ ଇତିଶ୍ରୀ ମାନବୀ

ପ୍ରେମ ସରାଗିନି ରାଣୀ ,

ବାଲ୍ୟ କୁହୁକିନୀ ମୋ' ସହପାଠିନୀ

ମନ ନେଇଥିଲା କିଣି ! !


ପ୍ରେମ ଅୟାରମ୍ଭ ବୀରହରେ ଶେଷ

ସେଥିପାଇଁ ଅବଶୋଷ ,

କାହିଁକି କେଜାଣି ଆଜିବି ଝୁରୁଛି

ବଢେ ମାନସିକ କ୍ଳେଶ ! !


ସ୍ମୃତିର ସପନ ଦିଗହରା ମୋର

ନାହିଁକିଛି ସମ୍ଭାବନା ,

ମୋ' ପ୍ରିୟା ଇତିଶ୍ରୀ ସପନ ସାଜିଛି

ସେଥିପାଇଁ ଆନମନା ! !


ବାଲ୍ୟ କୈଶୋରରୁ ଯୁବାବସ୍ଥା ଯାଏ

ଅଲିଅଳି ଥିଲା ମଣି ,

ସମାଜ ବିଦ୍ଵେଷ ଲିଭାଇଲା ହସ

ସାଜିଲା ସେ'ବିରହିଣୀ ! !


ପ୍ରଥା ପରମ୍ପରା ନୁହଁଇ ଅନ୍ୟଥା

ସମାଜିକ କଟକଣା ,

ଉଚ୍ଚ ନୀଚ ଜାତି ପକାଇଲା ତାଟି

ପ୍ରେମହେଲା ବାଟବଣା ! !


ପ୍ରେମୀକ ପ୍ରବର ଭବାନୀ ଶଙ୍କର

କେମିତି ଭୁଲିବ କୁହ ,

ମଥାରେ ତୁମର ଆଉକା ସିନ୍ଦୁର

ହୃଦୟେ ଭରିଛି କୋହ ! !


ସ୍ମୃ୍ତି ଦୃଶ୍ୟପଟେ ତୁମ ଛବି ନାଚେ

ସତ ମୁଁ' କହୁଛି ଅଲି ,

କେଡ଼େ ସରାଗରେ ଆସ ମୋର ପାଶେ

ସ୍ନୋଅଁ ପାଉଡର ବୋଳି ! !


ମୁଁ'ତୁମ ପ୍ରେମର ଅଲିଭା ପ୍ରଦୀପ

ଲିଭିବନି ମୋର ଜ୍ୟୋତି ,

ପ୍ରିତୀ ଫଗୁଣରେ ରଙ୍ଗର ପରବେ

ଦେଖୁଛି ତୁମକୁ ଇତି ! !


ସମୟ ଚକ୍ରରେ ଦୁହେଁ ହଜିଗଲେ

ପ୍ରେମ ହେଲା ଅଭିଶପ୍ତ ,

ସଂସାର ଜଞ୍ଜାଳେ ଭୁଲିଗଲ ମୋତେ

ପ୍ରେମ ମରୁବାଲି ସୁପ୍ତ ! !


ହେ'ପ୍ରିୟା ଇତିଶ୍ରୀ ଡାକିବକି ଆସି

ସପି ବୋଲି ଶରଧାରେ ,

ମୁଁ'ଯେ ତୁମ ଶ୍ୟାମ ପ୍ରସାଦ ରସିକ

ଆଜିବି ତୁମକୁ ଝୁରେ ! !


ତୁମ ଘରବାଟେ ଯେଉଁଦିନ ଯା'ଏ

ସ୍ମୃ୍ତିକୁ ସାଉଁଟେ ମନେ ,

ଆଖିର ପଲକ ପଡେନି ମୋହର

ଚାତକ ପରି ମୁଁ'ଚାହେଁ ! !


ହେ'ପ୍ରିୟା ଇତିଶ୍ରୀ ଲେଖୁଛି ଏତିକି

ପ୍ରେମ କାହାଣୀର ସ୍ମୃ୍ତି ,

ଶାଶ୍ଵତ ପ୍ରେମରେ ଆମପ୍ରେମ ଭାସେ

ଆମେ ଦୁହେଁ ପ୍ରେମ ପକ୍ଷି ! !


ଅପୂର୍ବ ମିଳନ ହୋଇନି ସମ୍ଭବ

ତଥାପି ମୁଁ' ଅଛି ପ୍ରୀତ ,

ଆର ଜନମରେ ବସିବ ବେଦୀରେ

ଦେବି ମୁଁ' ସିନ୍ଦୁର ମିତ ! !

- - - - - - - - - - - - - - - - - - - - -- - - - - - - - - - - - - - - - - - - - -

ସଦାନନ୍ଦ ସାହୁ , କାରା କର୍ମଚାରୀ ,

କେନ୍ଦ୍ରୀୟ କାରାଗାର , କଟକ , ଚୌଦ୍ଵାର ! !

- - - - - - - - - - - - - - - - - - - -- - - - - - - - - - - - - - - - - - - - - -

ମୋର ଜଣେ ସହୃଦୟ ପାଠକଙ୍କ ଅନୁରୋଧ କ୍ରମେ ତାଙ୍କ ପ୍ରେମ ଭାବନାକୁ କବିତା ମାଧ୍ୟମରେ ପରିପ୍ରକାଶ କରିଅଛି ! !

- - - - - - - - - - - - - - - - - - - - - - - - - - - - - - - - - - - - - - - -


Rate this content
Log in