Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kamal Kumar Dash

Others

3  

Kamal Kumar Dash

Others

ଥକି ଲେଣି ଏବେ ସାଥୀ

ଥକି ଲେଣି ଏବେ ସାଥୀ

1 min
110



କାହା ପେଟ ଏବେ ବଡ଼ତ ହେଲାଣି

ଝାଡିଲାଣି ଚୁଟି କାର

କିଏ ପୁଅ ପାଇଁ ବୋହୂଟେ ଖୋଜୁଛି

କିଏ ଝିଅ ପାଇଁ ବର (1)

ଚାକିରୀ ସରୁଛି ବେମାରୀ ବଢୁଛି

କରିବାକୁ ହେବ ଘର

ଧାଇଁ ଧାଇଁ ଯିଏ ବୁଲୁଥିଲା ଦିନେ

ଆଜି ଚାଲିବାକୁ ଡର (2)

ଥକି ଲେଣି ସବୁ ସାଥୀ ମାନେ ଆଜି

ବୟଷ ଯାଉଛି ବଢି

ପ୍ରେମର କବିତା ଲେଖୁଥି ଲା ଯିଏ

ତା ହାତରେ ଆଜି ବାଡ଼ି (3)

ଇ ଏମ ଆଇ ଆଉ ଦେହର ପରୀକ୍ଷା

କରୁ କରୁ ଦିନ ଯାଏ

ସମୟ ର ଆଜି ଅଭାବ ସବୁଠି

ଭାବିବା ବେଳ ନ ଥାଏ (4)

ଥକି ଲେଣି ସବୁ ସାଙ୍ଗ ମାନେ ଆଜି

ବୟସ ରଥରେ ଚଢି

ଜାଣେନା କାହାର ସମୟ ସରିବ

କିଏ ଯିବ କେବେ ଛାଡି (5)


Rate this content
Log in