ଜୀବନ ଗୀତା-୧୮୮
ଜୀବନ ଗୀତା-୧୮୮
1 min
6.7K
ଜୀବନର ସାରତତ୍ତ୍ୱ
ବୁଝିଛି ଯିଏ
ତାପାଇଁ ଜୀବନ ପଥ
ଜଟିଳ ନୁହେଁ ॥୦॥
ନିଃସର୍ତ୍ତ ଜୀବନ ଉଦାର ହୃଦୟ
ମୁକ୍ତିର ବୀଜମନ୍ତ୍ର
ସଂକୀର୍ଣ୍ଣ ଜୀବନ ଚିନ୍ତନ ଯାହାର
ଅନ୍ଧ ସେ ଥାଇ ନେତ୍ର
ଜୀବନର ଉଚ୍ଛ୍ୱାସ ତାର
ଧିମେଇ ଯାଏ ॥୧॥
ମୁକ୍ତ ବିହଙ୍ଗର ସାରାଟା ଆକାଶ
ନଥାଏ କିଛି ଭୟ
ଯୁଆଡେ ଇଚ୍ଛାସେ ଦିଅଇ ଉଡାଣ
ଲକ୍ଷ୍ୟରେ ତାର ଲୟ
ଜୀବନେ ହାରିବା ସିଏ
ଜାଣି ନଥାଏ ॥୨॥