Audio

Forum

Read

Contests

Language


Write

Sign in
Wohoo!,
Dear user,
ଚକା ବଇଠି
ଚକା ବଇଠି
★★★★★

© Bauribandhu Lenka

Inspirational

1 Minutes   7.0K    4


Content Ranking

ଚକା ବଇଠିରେ ଚକା ପକାଇ ତୁ

   ଚାହଅିଁଛୁ ଚକା ନୟନେ 

କେତେ ଅଘଟଣ ତୋ ଆଖି ଆଗରେ 

   ଘଟିଯାଉଛି ପ୍ରତିକ୍ଷଣେ ॥ ୦ ॥

କେ ଜଳେ ଜୀଅନ୍ତା କେ ହୁଏ ଧର୍ଷିତା

    କିଏ ବା ହୁଏ ପରିତ୍ୟକ୍ତା 

କେ ପାରେନା ସହି କଷଣ ଗଞ୍ଜଣା

    ବରିନେଉଛି ଆତ୍ମହତ୍ୟା

କେତେଦିନ ଆଉ ଭଣ୍ତାଇ ଭଣ୍ତାଇ

    ଦେଖୁଥିବୁ ବସି ମଉନେ 

ଚକା ବଇଠିରେ ଚକା ପକାଇ ତୁ

   ଚାହିଁଅଛୁ ଚକା ନୟନେ ॥ ୧ ॥

କେ ପାଏନି ଖୁଦ ଲାଗେନାହିଁ ନିଦ

    ନାହିଁ ଚୁଲି ଘର ଛପର

କିଏ ଖାଏ ସର ଖିରିସା ଶାକର

   ଶେଯେ ଶୁଏ ଛିଞ୍ଚି ଅତର

ଏ'କି ଅବିଚାର ପାତର ଅନ୍ତର

   କରୁଅଛୁ କେଉଁ କାରଣେ

ଚକା ବଇଠିରେ ଚକା ପକାଇ ତୁ

  ଚାହିଁଅଛୁ ଚକା ନୟନେ ॥ ୨ ॥

ତୁ'ତ ବିଘ୍ନହାରୀ ଘଟଘଟବାସୀ

   ଦୀନବନ୍ଧୁ  ଦୟାସାଗର

ତୋର ଦୟାହେଲେ ଅନ୍ୟାୟ ଅନୀତି

   ଅଚିରେ ହୋଇଯିବ ଦୂର

ତୁ'ତ ଇଚ୍ଛାମୟ କର ମଧୁମୟ

  ଏ ସଂସାର ମାଗେ ଚରଣେ

ଚକା ବଇଠିରେ ଚକା ପକାଇ ତୁ

  ଚାହିଁଅଛୁ ଚକାନୟନେ ॥ ୩ ॥

      *********

ବଇଠି ବିଘ୍ନହାରୀ ଦୀନବନ୍ଧୁ

Rate the content


Originality
Flow
Language
Cover design

Comments

Post


Some text some message..