ଘୋଷଯାତ୍ରା
ଘୋଷଯାତ୍ରା
ମୁଁ ପବିତ୍ର ପତିତପାବନ ପହିଲି କିରଣ
ଧରା ବକ୍ଷେ ଆଣେ ମୁହିଁ ସତ ଉନ୍ମାଦନା
ଭୁଲି ଯାଉଥିବା କର୍ମ କୁଶଳକୁ ମନେପକାଇବା ପରା ମୋର କାମ.......
ଯେତେ ନିତି ପ୍ରଥା ସେବା ମୋ ମନ୍ଦିର ବେଢାରେ
ନଥାଏ ମୋ ମନ କି ହୃଦୟ ତାରେ.......
ଅପେକ୍ଷାରେ ଥାଏ ଘୋଷ ଜାତ କେବେ
କେବେ ଦେଖାହେବେ ମୋର ଭକ୍ତ ସାଲ ବେଗ କେବେ.... କେବେ..... କେବେ.....
ଉପନୀତ ସମୟ.....ସମସ୍ତେ ଉଦଗ୍ରୀବ
ମୋ ପାଇଁ ମୋ ଗୁଣ୍ଡିଚା ଯାତ୍ରା ମୋ ରଥଯାତ୍ରା ପାଇଁ
କେହି କେବେ ପଢିବାକୁ ଚାହିଁଛ କି ମୋ ମନକଥା
ମୋ ବ୍ୟାକୁଳ ପ୍ରାଣର ନିରବତା ତୁହାଇ ତୁହାଇ ଡାକେ......
ଯେତେ ଅଛ ଅଛବ ଜବନ ପତିତ ଆସ......
ମୁଁ ଆଉ ସମ୍ଭାଳି ପାରୁନି ନିଜକୁ............
ଦରଶନ ଦିଅ ମୋତେ , ମୋ ବଡ ଦାଣ୍ଡରେ...
ମନଇଛା ଟାଣ ରଥ ,ନେଇ ଯାଅ ତୁମ ଇଚ୍ଛାମତେ,
ନେଇ ଛାଡିଦିଅ ମତେ ମୋ ମାଉସୀ ଘରେ......
କହୁଥିଲ ପା ମୋ,ଭାଇ ବଳିଆ ବଦ୍ ରାଗି
ମୋ ଭଉଣୀ ହଳଦୀ ମୁଖୀ ଭାରି ଗେହ୍ଲେଇ
ସେମାନଙ୍କୁ ବି ସାଂଗରେ ଆଣିଛି
ଦେଖୁନ ସୁଦର୍ଶନ କଣ ମତେ ଛାଡୁଛି.....
ଆସ ସମସ୍ତେ....
ଆଜି କେହି ତୁମକୁ ଗୋତ୍ର ପଚାରିବେନି....
କେହି ରଥରୁ ଠେଲି ଦେବେନି....
ମୁଁ ବାହୁ ମେଲେଇ ଡାକୁଛି......
ଆସ ମତେ ଆଲିଂଗନ କର....
ମୋ ଦେହର ଚନ୍ଦନ ବାସ ତୁମ ଦେହର ଝାଳ
ମତେ ପାଗଳ କରୁ.....
ତୁମକୁ ଦେଖା ଯାଉନଥିବା ମୋର ଲୋତକ...
ତୁମ ଲହରେ ମିଶି ଆଷାଢକୁ ଆହୁରି ଘୁମନ୍ତ କରୁ
ମୋ,ଦେହ ପବିତ୍ର ହେଉ......
ମୋ ପତିତପାବନ ଫରଫର ଉଡୁ
ମୋ ଆଖି ପହିଲି କିରଣ ଦେଖୁ ତୁମରି ମେଳାରେ..