Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others Romance

2  

Sadananda Sahoo

Others Romance

ପ୍ରେମ ପାଇଁ ଫୁଲଟିଏ

ପ୍ରେମ ପାଇଁ ଫୁଲଟିଏ

1 min
2.5K


ପ୍ରେମ ଜୀବନର ସୁଖର ସମ୍ପଦ,

ସାଇତି ରଖିବ ପ୍ରିୟା ;

ପ୍ରେମର ପ୍ରତୀକ ରକ୍ତର ଗୋଲାପ,

ସୃଷ୍ଟି କରେ ପ୍ରତିକ୍ରିୟା !!


ମନ ଭାବନାରେ ପ୍ରେମ ପରଶରେ,

ସାଉଁଟିବ ପ୍ରେମ ସ୍ମୃତି ;;

ସାଇତି ରଖିବ ସବୁ ସଜ ଫୁଲ,

ବଢିବ ପ୍ରେମର ଖ୍ୟାତି !!


ପ୍ରେମ ମନ୍ଦିରରେ ଶୁଭସଞ୍ଜ ବେଳେ,

ଜାଳି ଦେବ ଅର୍ଘ୍ୟ ବତୀ ;

ପ୍ରେମ ପୂଜାରିଣୀ ମନ ନଵ କିଣି,

ଅଭୁଲା ରହିବ ସ୍ମୃତି ! !


ପୁନେଇଁ ରାତିରେ ଜୋଛନା ପ୍ରୀତିରେ,

ଦେଖିବ ସପନ ବେଶି ;;

ତାରାଫୁଲ ଦେଖି ପରଖିବ ପ୍ରୀତି

ମନେମନେ ଦେବ ହସି !!


ସୁହାଗ ସିନ୍ଦୁର ପ୍ରୀତିର ସ୍ୱାକ୍ଷର,

ସିନ୍ଥିରେ ନାଇବ ପ୍ରିୟା ;;

ପ୍ରେମହିଁ ସର୍ବସ୍ୱ ଜୀବନ ଆଦର୍ଶ,

ତୁମେହେବ ବନ୍ଦନୀୟା !!


ପ୍ରେମ ପାଇଁ ଫୁଲ ମୂଲତା' ଅମୂଲ,

ପାଖୁଡ଼ାରେ ସ୍ୱପ୍ନ ଅଶ୍ରୁ ;;

ଅତି ଯତନରେ ଫୁଲ ଚାଙ୍ଗୁଡ଼ିରେ,

ମହମହ ଖାଲି ବାସୁ !!!

ହାତରେ ମେହେନ୍ଦି ନାଇଦେବ ହସି,

କରିବନି ଅଭିମାନ ;;

ପ୍ରେମର ମିଳନ କରେ ଆକଳନ,

ବିବାହ ବେଦୀର ସ୍ଵପ୍ନ !!


ପ୍ରେମ ଫୁଲଟିଏ ମନ ମୋହିନିଏ,

ତୁମ ପାଇଁ ସମର୍ପଣ ;;

ବଧୂବେଶ ତୁମ ଲାଗିବ ସୁନ୍ଦର,

ତୁମେ ମୋ' ସପନ ଜାଣ !!


ପ୍ରେମ ଋଣ କିଛି ରଖିବନି ବାକି,

ତୁମକୁ ରହିଲା ରାଣ ;

ମୁଁ' ତୁମ ପ୍ରେମର ଚରମ ସ୍ୱାକ୍ଷର,

ସୁଝିଦିଅ ପ୍ରିୟା ଋଣ !!


ସଦାନନ୍ଦ ସାହୁ ;;

କାରା କର୍ମଚାରି ;;

କେନ୍ଦ୍ରୀୟ କାରାଗାର ;କଟକ ଚୌଦ୍ୱାର;



Rate this content
Log in