Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Jena

Others

3  

Debabrata Jena

Others

ଅସ୍ତିତ୍ୱ

ଅସ୍ତିତ୍ୱ

1 min
344



ତୁମେ ସିନା ହଜେଇ ଦେଇଛ

ତୁମ ବନ୍ଦ ଦିନଲିପିରେ

ମୁଁ କିନ୍ତୁ ଏବେ ଖୋଜୁଛି ତୁମକୁ

ମୋର ପ୍ରତିଟି ଶବ୍ଦରେ ।।(୧)


ତୁମେ ସିନା ପାସୋରିଛ ମୋତେ

ତୁମ ଏବର ଆଲବମରେ

ମୁଁ କିନ୍ତୁ ଖୋଜିଚାଲେ ନିତି

ତୁମ ବିସ୍ମୃତ ପୃଷ୍ଠାରେ ।।(୨)


ତୁମେ ସିନା ଆଡ଼ କର ମୋତେ

ନିତି ପ୍ରତି ମୁହୂର୍ତ୍ତରେ

ମୁଁ କିନ୍ତୁ ଖୋଜୁଛି ତୁମକୁ

ଅହନିଶି ବିଜନରେ ।।(୩)


ତୁମେ ସିନା ଲିଭେଇଛ ମୋତେ

ତୁମ ହୃଦୟ ଗହ୍ବରରେ

ମୁ କିନ୍ତୁ ଥାପିଛି ତୁମକୁ

ମୋର ହୃଦୟ ମୁକୁରେ ।।(୪)


ତୁମେ ସିନା ଦୁରେଇ ଦେଇଛ

ମୋର ଭଗ୍ନ ଅତୀତକୁ

ମୁଁ କିନ୍ତୁ ସାଉଁଟୁଛି ସେଥି

ମୋର ନିଜ ଅସ୍ତିତ୍ୱକୁ ।।(୫)



Rate this content
Log in