Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pranati Mahapatra

Abstract Others

2  

Pranati Mahapatra

Abstract Others

ପ୍ରେମପ୍ରଣତି

ପ୍ରେମପ୍ରଣତି

1 min
6.5K


ଲୁହରେ ଭିଜୁଛି ଲୁହରେ ଲେଖୁଛି

   ଲୁହ ସାକ୍ଷୀ ରହିଛି,

ସାଥେ ଥିବାବେଳେ ପ୍ରୀତି କଥାବେଳେ

   ଲୁହ ବି ମୁରୁକି ହସିଛି।

ଲୁହ ଦେଖୁଥାଏ ପରଦା ଉହାଡେ

  ଆମ ପ୍ରୀତିର ସେ ସାକ୍ଷୀ,

କେତେ ମିଠାକଥା ଅନ୍ତରାଳେ ଶୁଣି

  କହେ ଦେଖୁଥା ତୁ ଆଖି।

ଆଖିଅଛି ପାଖେ ଲୁହ ବି ପାଖରେ

  ତୁମେ ଯେ ଦୂରେଇ ଗଲ,

ଏତେ ସାକ୍ଷୀ ଆଉ ପ୍ରମାଣ ଥାଇ ବି

   ନିର୍ଦ୍ଦୋଷ ସାବ୍ୟସ୍ତ ହେଲ।

ପ୍ରୀତି ସମୁଦ୍ରରେ ପ୍ରଶ୍ନଗୁଡା ଆଜି

    ମୁଣ୍ଡ ପିଟେ ଢେଉପରି,

 ମୂକ କୂଳ ପ୍ରଶ୍ନ ଉତ୍ତର କି ଦେବ

    ସମ୍ପର୍କକୁ ପର କରି?

   

ପ୍ରଣତି ମହାପାତ୍ର

ଶିକ୍ଷୟତ୍ରୀ

ବାଲେଶ୍ୱର


Rate this content
Log in