ଗୁଲୁରୀ - 5
ଗୁଲୁରୀ - 5
ତୋର ମୋର ଭାବ ସତେ କିଏ ସେ ବୁଝିବ
ବୁଝି ନେଲେ କଳି ଯୁଗ ଶେଷ ହୋଇଯିବ
ତୁ ନିଷ୍ପାପ ଶିଶୁ ନାହିଁ ଭଲ ମନ୍ଦ ଜଣା
ସେନେହ ପାଇଲେ ହୋଇଯାଉ ବାଟବଣା
ହେଲେ ମୁଁ ତ ବୁଝିଲିନି ଦୁନିଆର ରୀତି
ଭାବ ପୀରତିରେ ଏଠି କି କଷ୍ଟ ଲଭନ୍ତି
ତୋର ଭାବ ସିନା ମୋତେ କିଣି ସାରିଲାଣି
ତୋ ବିହୁନେ ଶୂନ୍ୟ ଲାଗେ କେ ପାରିବ ଜାଣି
ଏବେ ସିନା ଛୋଟ ବୋଲି ବନ୍ଧା ମୋ ଭାବରେ
ବଡ ହେଲେ ମିଶି ଯିବୁ ଅନ୍ୟଙ୍କ ସାଙ୍ଗରେ
ହେଲେ ମୋ ବଦଳିବାର ବୟସ ଗଲାଣି
ବାକି ଜୀବନଟା କେତେ କାନ୍ଦିବି କେଜାଣି
ଚିତ୍ତ ରଞ୍ଜନ ଲେଙ୍କା (କଟକ) ©