Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalyani Nanda

Others

3  

Kalyani Nanda

Others

ହାଏରେ କ୍ରିକେଟ

ହାଏରେ କ୍ରିକେଟ

1 min
129



ଆସିଗଲା କ୍ରିକେଟ ୱାର୍ଲଡ କପ୍ ,

ଘରଣୀଙ୍କ ହେଇ ଗଲାଣି ମୁଡ୍ ଅଫ୍ ।


ବାବୁ ଏବେ ଟିଭି ପାଖେ ବସି ରହିବେ ,

ତାଙ୍କ ସିରିଏଲ ସବୁକୁ ରଫା ଦଫା କରିବେ ,

ଘଡି କି ଘଡି ଚା, କଫି ର ବରାଦ କରିବେ ,

ଟିଭି ରିମୋଟକୁ ତାଙ୍କ ହାତଛଡା ନ କରିବେ ।


ଛୁଆଙ୍କ ପାଠ ପଢା କଥା ବୁଝୁଛି କିଏ ?

ଛୁଟି ନେଇ ନେଇ ବାବୁ ଖେଳ ଦେଖିବେ,

ବୁଝିବେନି ଘର କଥା, ଶୁଣିବେନି ପଦିଏ କଥା ସିଏ,

ଘର ପଛକେ ଭାସି ଯାଉ , ସେ କଥା ଦେଖୁଛି କିଏ ?


ଘରଣୀ ରାଗ ଜର ଜର ହୋଇ ବଜାର ଗଲେ ,

ବଜାର କଣ କରିବେ ,ଚକିତ ହୋଇ ଦେଖିଲେ ସିଏ,

ବଜାର ସାରା ମୋବାଇଲ ଧରି କ୍ରିକେଟରେ ମଶଗୁଲ ସଭିଁଏ

ଛକ୍କା, ଚୌକା ହେଇଗଲେ , ବଜାର କଂପୁଛି ହୋହାଲ୍ଲାରେ।


କିଲେ ଆଳୁ ମାଗିଲେ , ଦୋକାନୀ ଦି କିଲୋ ଦିଏ ,

ଦୋକାନୀ ମନ ତ କ୍ରିକେଟରେ ,ଦେଉଛି ତଉଲି ଯାହାକୁ ଯେତେ

ଥଳି ରେ ପୁରାଇ ପରିବା , ଘରଣୀ ଘର ମୁହାଁ ଯେ ହେଲେ

ଏତେ ଭାରି ଥଳି ଧରି ନ ପାରନ୍ତି, ଅଟୋରିକ୍ସା କରି ଯାଇବସିଲେ ।


ବାଃ ବାଃ ରେ , କି ୱାର୍ଲଡ କପ କ୍ରିକେଟ ଖେଳ ଯେ ଇଏ

ଅଟୋ ବାଲା ଚଳାଏ ଅଟୋ, ହେଲେ ଆଖି ତା କ୍ରିକେଟରେ ,

ଘରଣୀଙ୍କ ମନ ଦୁକୁ ଦୁକୁ , ଆଖି ଅଛି ତାଙ୍କ ରାସ୍ତା ଉପରେ ,

ଘର ପାଖ ହେଲା ଯେମିତି , ଅଟୋ ଦେଲା ଠୁକି ରାସ୍ତା କଡରେ ।


ମଥା ଫାଟି ରକତ ଝରେ , ଘରଣୀଙ୍କ ରାଗ ଯାଇ ପଞ୍ଚମରେ

ଘରେ ଯାଇ ଦେଖିଲେ , ନଜର ନାହିଁ କାହାରି ତାଙ୍କ ଉପରେ

ପରିବା ବ୍ଯାଗକୁ ଫୋପାଡି ଦେଇ ,ରିମୋଟ ନେଇ ଟିଭି ବନ୍ଦ କଲେ ,

ରିମୋଟ ନେଇ ,କବାଟ କିଳି, ସିଏ ରାଗି ଯାଇ ଘର ଭିତରେ ରହିଲେ ।


କଥା ଯେ ହେଲାଣି ଅଡୁଆ, ବାବୁ ବସି ଟିକିଏ ଚିନ୍ତା କଲେ ,

ଅନଲାଇନରେ ଖାଇବା ମଗାଇ , ଘରଣୀଙ୍କ ମାନ ଭଞ୍ଜନ କଲେ ।


Rate this content
Log in