Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Others

2  

ଓଡ଼ିଆ ଗଳ୍ପ ଓ କବିତା - ୩

Others

ବାସ୍ନା

ବାସ୍ନା

1 min
6.5K


ଅଙ୍ଗୁରବାଳା ପରିଡ଼ା



ଆସୁଚ ଧୀରେ ଧୀରେ l

ପବନରେ ଯେମିତି ଆସେ

ଦୂର ବନସ୍ତରେ

କଞ୍ଚାଗଛ କଅଁଳିବାର ଗନ୍ଧ l

ଯେମିତି ଦୂର ଆକାଶରୁ

ଓହ୍ଲେଇ ଆସେ

ଆସ୍ତେ ଆସ୍ତେ ସକାଳର ରଙ୍ଗ l

ଯେମିତି ଅଥଳ ଜଳ ରାଶିରୁ

ଭାସି ଆସେ ଆସ୍ତେ ଆସ୍ତେ

ଗୋଟେ ଏକାକୀ ଦ୍ବୀପର କାନ୍ଦଣା l

ଯେମିତି ନବପଲ୍ଲବିତ

ଆମ୍ର କୁଞ୍ଜରୁ ଭାସି ଆସେ

ବଉଳର ବାସ୍ନା l

ଥିରି ଥିରି ସଞ୍ଜୁଆ ବାଆରେ

ଯେମିତି ପହଁରି ଆସେ

ପଡିଶା ଘର ମାଳାଟି ଲଟାରୁ

ମହକିତ ସୁଗନ୍ଧ l

ସେମିତି, ଏଇଠି କେଉଁଠି ଆସି

ପହଞ୍ଚି ଗଲଣି ତମେ l

ତମ ପାଦ ଶବ୍ଦରେ

ଗଭୀରରୁ ଗଭୀର ହେଉଛି ଘୂର୍ଣ୍ଣି,

ପବନରେ ତପ୍ତ ତୃଣଭୂମି,

ଉଷ୍ଣ ପ୍ରସ୍ରବଣ,

ଅଦୃଶ୍ୟ ଆଶ୍ଳେଷର

ସିକ୍ତ ଶିହରଣରେ

ମେହେନ୍ଦିର ଚିତ୍ର ପରି ଆଙ୍କି ହୋଇ ଯାଏ

ଠା’ ଠା’ ମୋହନ ଚୁମ୍ବନ l


Rate this content
Log in