Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ଆସ ଦୁର୍ଗେ

ଆସ ଦୁର୍ଗେ

1 min
1.5K


ନଦୀଜଳ ଧୀରେଧୀରେ ହେଲା ପରିଷ୍କାର

କାଶତଣ୍ଡି ନଦୀପଠା କଲା ଶୁଭ୍ରତର ।

କୃଷକ ହରଷ ଦେଖି ଫସଲ କିଆରି

ଆସ ଜଗତ ଜନନୀ ଧରା ଅବତରି ।

ଦେବତାଙ୍କ ଦୁର୍ଗତି କାଳରେ ଆବିର୍ଭାବ

ମହିଷାସୁରକୁ ତୁମେ ନିଧନ କରିବ ।

ତବ ଆଶୀର୍ବାଦେ ରାମ ରାଜୀବ ଲୋଚନ

ଦଶମଥା ରାବଣକୁ କରିବେ ନିଧନ ।

ପରଂପରା ଆମ ମାତୃ ଜାତିର ପୂଜନ

ଶକ୍ତି ହୀନ ସଦାଶିବ ଶବ ପରି ଗଣ ।

ମନ୍ତ୍ରହୀନ କ୍ରିୟାହୀନ ଭକ୍ତିହୀନ ପୂଜା

କି ଦେଇ ପାରିବି ମାତ ଆହେ ଦଶଭୂଜା ।

ସରଳ ମନ ସୁମନ କରୁଛି ଅର୍ପଣ

ଧନ୍ୟ ହେବି ମାତା ଯଦି ଘେନିବେ ଆପଣ ।

ବିଂଶ୍ୱେଶ୍ୱର ମାଝୀ


Rate this content
Log in