Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Romance

5.0  

Sukanti Hotta

Romance

ଅବୁଝା ମୋ ପ୍ରିୟା

ଅବୁଝା ମୋ ପ୍ରିୟା

1 min
349


ରୁସିଯାଇଥିଲା ପ୍ରିୟତମା ମୋର

ହାଣ୍ଡି ମୁହଁ ଟିଏ କରି

ଯେତେ ମନାଇଲେ ମାନିଲାନି ଜମା

ବସିଥିଲା ମୁହଁ ମାରି l


ଅବୁଝା ପ୍ରିୟା ମୋ ଲାବଣ୍ୟବତୀ ସେ

ସୌନ୍ଦର୍ଯ୍ୟରେ ଭରପୁର

ଭାରିଅଭିମାନୀ ଜୀବନ ସଙ୍ଗିନୀ

ଆଖିରେ ଲୁହ ଭଣ୍ଡାର l


ଲାଲୀ ଓଠରେ ଖିଏ ହସ ପାଇଁ

କେତେ ଯେ ଚେଷ୍ଟା କଲି

ନୂଆ ଶାଢ଼ୀ ଡ୍ରେସ କେତେ ଆଣିକରି

ତା ପାଖରେ ଥୋଇଦେଲି l


ରାଗିକି ପ୍ରିୟାମୋ ଦେଖିଲାନି ଜମା

ମୁହଁଟିକୁ ମୋଡି ଦେଲା

କେମିତି ମନେଇ ହସ ଫୁଟେଇବି

ବୁଦ୍ଧି ମୋର ବାମ ହେଲା l



Rate this content
Log in

Similar oriya poem from Romance