ଜୀବନ ଗୀତା-୨୦୦
ଜୀବନ ଗୀତା-୨୦୦
1 min
6.3K
ବହିଯିବା ମାନେ ଜୀବନ
ଆଦରି ନେବାକୁ ହୁଏ
ଜୀବନର ଯେତେ ପରିବର୍ତ୍ତନ ॥୦॥
ପୁଷ୍କରିଣୀ ପରି
ସ୍ଥିର ନୁହେଁ ତାର ପାଣି
ଚଳ ଚଞ୍ଚଳ ସେ
ଅଟେ ଏକ ନିର୍ଝରିଣୀ
କେତେ ଉପନଦୀ ସାଥେ
ହେଉଥାଏ ସଦା ତାର ମିଳନ ॥୧॥
ଗଛ ପରି ସିଏ
ଆକାଶକୁ ଚାହିଁଥାଏ
ବାହାର ପବନ
ଯେତେସବୁ ଟାଣିନିଏ
ମାଟି ପରେ ରହି ସଦା
ଶୋଷିନିଏ ଦୂର ସୂର୍ଯ୍ୟ କିରଣ ॥୨॥