Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shiba Charan Mahapatra

Abstract Others

3  

Shiba Charan Mahapatra

Abstract Others

ଶୂନ୍ୟ ମନ୍ଦିର -(ଏକ)

ଶୂନ୍ୟ ମନ୍ଦିର -(ଏକ)

1 min
252


ଜୀବନ ଜଳୁଛି ଦୀପ ଶିଖା ସମ

ଦୀପ ତଳ ଘନ ଅନ୍ଧାର

ଦେବତା ବୁଲନ୍ତି ବାଟରେ ଘାଟରେ

ଫାଙ୍କା ପଡିଅଛି ମନ୍ଦିର..


କେ କାହୁଁ ଚିହ୍ନିବ ପରଦା ପଛରେ

ରଙ୍ଗ ହୀନ ଦୀପ କାହାର

କେଉଁଠୁ ଆସିଲା କେଉଁଠିକୁ ଯିବ

ଘରଣି ସେ ପର ନରର..


ଘର ଛାଡି ଦେଇ ନାରୀ ହୁଏ ନର

କୁହୁଡ଼ି ରେ ରଚେ ସଂସାର

ବୁଝିଲା ବେଳକୁ ସଂଜ ଆସି ଠିଆ

କୁହୁଳେ ଜଳିବା ଅଙ୍ଗାର..


ହେତୁ ଜାଳିଥିଲା ଦିନେ ଯେ ଅଙ୍ଗାର

ଅହଂ ଘୃତ ଢଳା ଶରୀର

ସେ ଘୃତ ସାଜିବ ଆଦ୍ର ବାରିଧାରା

ସଉତୁଣୀ ପରି ଦୀପ ର..


ଏକ ଘରେ ଦୁଇ ଭିନ୍ନ ତରବାରୀ

ସଙ୍ଗୀତ କି ଜମେ ଆସର

ଘଣ୍ଟ ଶଙ୍ଖ ଧ୍ୱନୀ ପ୍ରକମ୍ପିତ ହେବ

ମନ୍ଦିରେ ଫେରିଲେ ଠାକୁର..


Rate this content
Log in

Similar oriya poem from Abstract